ସବ୍‌ଡେଗାରେ ସାନିଟାଇଜ କଲା ଅଗ୍ନିଶମ ବିଭାଗ

ସବଡେଗା, ୧୭।୪(ଡି.ଏନ.ଏ.): ଓଡିଶା-ଝାଡ଼ଖଣ୍ଡ ସୀମାନ୍ତ ସୁନ୍ଦରଗଡ଼ ଜିଲା ସବଡେଗା ବସଷ୍ଟାଣ୍ଡ ଅଞ୍ଚଳଞ୍‌କୁ ଶୁକ୍ରବାର ବିଶୋଧନ କରାଯାଇଛି। ଏହି ବ୍ଲକରୁ ବାହାର ରାଜ୍ୟକୁ ଅନେକ ଶ୍ରମିକ ଯାଇଥାନ୍ତି। ଏଥି ସହିତ ବାଲିଶଙ୍କରା ବ୍ଲକ ଓ ପଡୋଶୀ ଝାଡ଼ଖଣ୍ଡ ରାଜାର ବହୁ ଶ୍ରମିକ ମଧ୍ୟ ସବଡେଗା ଦେଇ ଯିବା ଆସିବା କରିଥାନ୍ତି। ଏସବୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସାନିଟାଇଜେସନ କରାଯାଇଛି। ଅଗ୍ନିଶମ କର୍ମଚାରୀଙ୍କ ଦ୍ବାରା ବସଷ୍ଟାଣ୍ଡଠାରୁ ବାକୋପଡା ପର୍ଯ୍ୟନ୍ତ ବିଶୋଧନ କରାଯାଇଛି।