ନୂଆଦିଲ୍ଲୀ,୨-୭: ସୋମବାର ସବ୍ସିଡିଯୁକ୍ତ ଏଲପିଜି ଦର ୩.୦୨ ଟଙ୍କା ହ୍ରାସ ଘଟିଛି। ଏହା ଫଳରେ ୧୪.୨ ଲିଟର ବିଶଷ୍ଟ ସିଲିଣ୍ଡର ଦାମ ୪୯୪.୩୫ ଟଙ୍କାକୁ ଖସିଛି। ଏହା ରବିବାର ମୁମ୍ବାଇରେ ସିଲିଣ୍ଡର ପିଛା ୪୯୫.୦୯ ଟଙ୍କା ଥିଲା ଯାହା ୪୯୨.୦୪ ଟଙ୍କାକୁ ଖସିଛି। ଗତ ମାର୍ଚ୍ଚଠାରୁ ଏଲପିଜି ଦର ଲଗାତର ଭାବେ ବୃଦ୍ଧି ଘଟୁଥିଲା। ୪ ମାସ ପରେ ପ୍ରଥମ ଥର ଲାଗି ଏଭଳି ଦର ହ୍ରାସ ହୋଇଛି। ମାର୍ଚ୍ଚ ପରଠାରୁ ଏଥିରେ ସିଲିଣ୍ଡର ପିଛା ୩.୮୪ ଟଙ୍କା ବୃଦ୍ଧି ଘଟିଥିଲା। ସେହିଭଳି ଅଣ ସବସିଡି ଏଲପିଜି ଦରରେ ମଧ୍ୟ ୧୦୦ ଟଙ୍କା ହ୍ରାସ ଘଟିଛି। ବିମାନ ଇନ୍ଧନ ବା ଏଟିଏମ୍ ମୂଲ୍ୟରେ ୫.୮% ହ୍ରାସ ନେଇ ତୈଳ କମ୍ପାନୀଗୁଡିକ ଘୋଷଣା କରିଛନ୍ତି। ଅନ୍ତର୍ଜାତୀୟ ବଜାର ସ୍ଥିତି ଉନ୍ନତ ହେବାର ଏଟିଏଫ୍ ମୂଲ୍ୟରେ ହ୍ରାସ ଘଟୁଥିବା ସୂଚନା ରହିଛି। ସୋମବାର ଏଟିଏଫ୍ କିଲୋଲିଟର ପିଛା ୩,୮୦୬.୪୪ ଟଙ୍କା ହ୍ରାସ ଘଟି ୬୧,୨୦୦.୩୬ ଟଙ୍କା ରହିଛି।