ସମବାୟ ବ୍ୟାଙ୍କ ସମ୍ମୁଖରେ ବୀମାରୁ ବଞ୍ଚିତ ଚାଷୀଙ୍କ ଧାରଣା

ତିହିଡ଼ିି,୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦପା ଗ୍ରାମର ଶତାଧିକ ଚାଷୀ ଶୁକ୍ରବାର ପୂର୍ବାହ୍ନରେ ତିହିଡ଼ିସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଛନ୍ତି। ଗତବର୍ଷ ବନ୍ୟାରେ ସେମାନଙ୍କ ଧାନଫସଲ କ୍ଷତି ହୋଇଥିଲା। ମାତ୍ର ଏ ନେଇ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ବୀମାରାଶି ମିଳିପାରି ନାହିଁ। ଏହାର ପ୍ରତିବାଦରେ ଭାଗୀରଥି ଦାସ, ନିରଞ୍ଜନ ଦାସ, ଗଣେଶ ଦାସ, ତ୍ରିଲୋଚନ ଦାସ, ଚକ୍ରଧର ଦାସ, କନକ ଦାସ, ଶାବ ଦାସ ପ୍ରମୁଖ ଚାଷୀ ଧାରଣା ଦେଇଛନ୍ତି। ତୁରନ୍ତ ବୀମାରାଶି ପ୍ରଦାନ କରିବାକୁ ସେମାନେ ଦାବି ଜଣାଇଛନ୍ତି।