ସମବାୟ ସପ୍ତାହରେ ପାଟଣା ସମବାୟ ସମିତି ପକ୍ଷରୁ ଗଣ ଦୌଡ଼

ପାଟଣା,୧୪।୧୧(ସ୍ବ.ପ୍ର.): ପାଟଣା ବ୍ଲକ ମୁଖ୍ୟାଳୟ ସ୍ଥିତ ପାଟଣା ସମବାୟ ସମିତି ପକ୍ଷରୁ ୬୬ତମ ସମବାୟ ସପ୍ତାହ ଅବସରରେ ଗୁରୁବାର ସକାଳୁ ସହରରେ ଗଣଦୌଡର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ପାଟଣା ଏବିଡ଼ିଓ ପ୍ରଫୁଲ କୁମାର ନାଏକ ଆନୁଷ୍ଠାନିକ ଭାବେ ପତାକା ଉତ୍ତୋଳନ କରିଥିଲେ। ଏହି ଗଣଦୌଡ଼ ମଙ୍ଗଳପୁର ଛକଠାରୁ ଆରମ୍ଭ ହୋଇ ପାଟଣା ବଜାର ପରିକ୍ରମା କରି ସମବାୟ ସମିତି କାର୍ଯ୍ୟାଳୟରେ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମବାୟ ସମିତିର କର୍ମକର୍ତ୍ତା, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସାମିଲ ହୋଇଥିଲେ।