ସମବାୟ ସପ୍ତାହ ଆଲୋଚନା ଚକ୍ର, କର୍ମଶାଳା

ଯାଜପୁର ଟାଉନ,୨୧।୧୧(ଡିଏନଏ): ଜିଲାସ୍ତରୀୟ ସମବାୟ ସପ୍ତାହ ଆଲୋଚନା ଚକ୍ର ଓ କର୍ମଶାଳା ବୁଧବାର ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଉପଜିଲାପାଳ ନାରାୟଣଚନ୍ଦ୍ର ଧଳ ଯୋଗଦେଇ ସମବାୟ ଆନ୍ଦୋଳନ ସମାଜର ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି। ୧୯୦୪ ମସିହାରୁ ସର୍ବପ୍ରଥମେ ଏହାର ସୂତ୍ରପାତ ହୋଇ ଆଜିପର୍ଯ୍ୟନ୍ତ ବିଭିନ୍ନ ଉନ୍ନତିରେ ସହାୟକ ହୋଇଆସିଛି। ବିଶେଷ କରି କୃଷି, ଗୋପାଳନ, କୁକୁଡା ପାଳନ, ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିବିଧ ଉପତ୍ାଦନ ଓ ସ୍ବାବଲମ୍ବନଶୀଳତା ପାଇଁ ସମବାୟର ସହଯୋଗ ଆଜି ଆର୍ଥିକ ବ୍ୟବସ୍ଥାକୁ ମଜବୁତ କରିଛି ବୋଲି କହିଥିଲେ। ସର୍ବନିମ୍ନ ସୁଧହାରରେ ଋଣ ପ୍ରଦାନ କରାଯାଇ ଯୁବ ଓ ଦୁର୍ବଳବର୍ଗ ମହିଳାଙ୍କୁ ଆମତ୍ନିର୍ଭରଶୀଳ ପାଇଁ ସହାୟକ କରାଯାଇଛି। ଏଣୁ ପ୍ରତ୍ୟେକ ଯୋଜନା ସମ୍ପର୍କରେ ସଚେତନ ହୋଇ ଏହାର ସୁଫଳ ହାସଲ ପାଇଁ ଧଳ ଅନୁରୋଧ କରିଥିଲେ। ଏହି ଆଲୋଚନାଚକ୍ରରେ ଜିଲା ସମବାୟ ସମିତିର ସହକାରୀ ନିବନ୍ଧକ ଶରତ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ସହକାରୀ ଯୋଗାଣ ଅଧିକାରୀ ପ୍ରହଲ୍ଲାଦ ସେଠୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଆଦିକନ୍ଦ ଜେନା ପ୍ରମୁଖ ଯୋଗଦେଇ ସମବାୟର ସ୍ଥିତି, ସମାଜପ୍ରତି ଅବଦାନ ଓ ସାଧାରଣ ଲୋକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ। ଆଲୋଚନାଚକ୍ରରେ ଜିଲାର ସମସ୍ତ ପ୍ୟାକ୍ସ ସଭାପତି, ସମ୍ପାଦକ, ଏଆରସିଏସ୍‌ କର୍ମଚାରୀମାନେ ଯୋଗ ଦେଇଥିଲେ।