ସମ୍ମୁଖକୁ ଆସିଲା ‘ହିରୋପନ୍ତି-୨’ର ପ୍ରଥମ ଲୁକ୍‌

ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରଫ୍‌ଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ସଫଳ ଫିଲ୍ମ ‘ହିରୋପନ୍ତି’ର ଦ୍ୱିତୀୟ ପାର୍ଟ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ଅଫିସିଆଲ ଆନାଉନ୍‌ସ ମଧ୍ୟ ସରିଛି। ଇତିମଧ୍ୟରେ ଫିଲ୍ମରେ ଟାଇଗରଙ୍କ ପ୍ରଥମ ଲିକ୍‌ ସମ୍ମୁଖକୁ ଆସିସାରିଛି। ନିଜେ ଟାଇଗର ଫଟୋଟିକୁ ନିଜ ଟ୍ବିଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଆକ୍ସନ୍‌ ମୁଡ୍‌ରେ ଦେଖିବାକୁ ମିଳୁଛି। ପୋଷ୍ଟରରେ ସେ ଏକ ବନ୍ଧୁକ ଧରିଛନ୍ତି। ‘ହିରୋପନ୍ତି-୨’ ଜୁଲାଇ ୨୦୨୧ରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ଅହମ୍ମଦ ଖାନ୍‌।

Share