Categories: ଖେଳ

ସମରସେଟ୍‌ ପାଇଁ ଖେଳିବେ ବିଜୟ

ଚେନ୍ନାଇ,୨୬।୮(ପିଟି): ଭାରତୀୟ ଦଳରୁ ବାଦ୍‌ ପଡ଼ିଥିବା ଓପନର ମୁରଲୀ ବିଜୟ ଇଂଲିଶ କାଉଣ୍ଟି ଦଳ ସମରସେଟ ପାଇଁ ଖେଳିବେ। ଅନ୍ତିମ ୩ ମ୍ୟାଚ୍‌ରେ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ତାମିଲନାଡୁର ଷ୍ଟାଇଲିଶ ବ୍ୟାଟ୍ସମ୍ୟାନ ପାକିସ୍ତାନ କ୍ରିକେଟର ଆଝାର ଅଲିଙ୍କ ସ୍ଥାନ ନେଇଛନ୍ତି। ବିଜୟ ଆମ ଦଳରେ ଯୋଗ ଦେଇଥିବାରୁ ଆମେ ଖୁସି। ଚଳିତ ସିଜନର ଅନ୍ତିମ ୩ ମ୍ୟାଚ୍‌ରେ ସେ ଖେଳିବେ ବୋଲି ସମରସେଟ କ୍ରିକେଟ କ୍ଲବ ପକ୍ଷରୁ ଏହାର ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି। ୩୫ ବର୍ଷୀୟ ବିଜୟ ଅନ୍ତିମ ଥର ଭାରତ ପାଇଁ ୨୦୧୮ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଖେଳିଥିଲେ। ସେ ୬୧ ଟେଷ୍ଟ ଖେଳି ୩୮.୨୮ ଆଭରେଜରେ ୩,୯୮୨ ରନ୍‌ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ହେଉଛି ୧୬୭। ପ୍ରଥମ ଶ୍ରେଣୀ କ୍ରିକେଟରେ ୧୩୧ ମ୍ୟାଚ୍‌ରେ ୯,୧୧୬ ରନ୍‌ କରିଛନ୍ତି।

Share