ସମର୍ଥିତ ଆମ୍ବୁଲେଶନ ପ୍ରଶିକ୍ଷଣ

”ନ୍ୟୁରୋଲୋଜିକାଲ ଆଘାତ ପରେ ସାଧାରଣ ଅବସ୍ଥାକୁ ଫେରିବା ପ୍ରାୟ କଷ୍ଟକର । ବୟସ୍କମାନଙ୍କ ମଧ୍ୟରେ ବିକଳାଙ୍ଗତାର ମୁଖ୍ୟ କାରଣ ହେଉଛି ଷ୍ଟ୍ରୋକ୍‌। ଅଧାରୁ ଅଧିକ ଲୋକ ଯେଉଁମାନେ ତୀବ୍ର ଷ୍ଟ୍ରୋକ୍‌ରେ ବଞ୍ଚିଛନ୍ତି ସେମାନେ ଚାଲିବା ପାଇଁ ସକ୍ଷମ ନୁହନ୍ତି ଓ କାର୍ଯ୍ୟକରିବା ସ୍ତରକୁ ଆସିବା ସହଜ କଥା ନୁହେଁ। ସେଥିପାଇଁ ଚାଲିବା ଢଙ୍ଗରେ ପରିବର୍ତ୍ତନ ଦରକାର। ଏଥିପାଇଁ ବିଭିନ୍ନ ଟେକ୍‌ନିକର ଆବଶ୍ୟକତା ରହିଛି।“

ନ୍ୟୁରୋଲୋଜିକାଲ ଆଘାତ ପରେ ସାଧାରଣ ଅବସ୍ଥାକୁ ଫେରିବା ପ୍ରାୟ କଷ୍ଟକର । ବୟସ୍କମାନଙ୍କ ମଧ୍ୟରେ ବିକଳାଙ୍ଗତାର ମୁଖ୍ୟ କାରଣ ହେଉଛି ଷ୍ଟ୍ରୋକ୍‌। ଅଧାରୁ ଅଧିକ ଲୋକ ଯେଉଁମାନେ ତୀବ୍ର ଷ୍ଟ୍ରୋକ୍‌ରେ ବଞ୍ଚିଛନ୍ତି ସେମାନେ ଚାଲିବା ପାଇଁ ସକ୍ଷମ ନୁହନ୍ତି ଓ କାର୍ଯ୍ୟକରିବା ସ୍ତରକୁ ଆସିବା ସହଜ କଥା ନୁହେଁ। ସେଥିପାଇଁ ଚାଲିବା ଢଙ୍ଗରେ ପରିବର୍ତ୍ତନ ଦରକାର। ଏଥିପାଇଁ ବିଭିନ୍ନ ଟେକ୍‌ନିକର ଆବଶ୍ୟକତା ରହିଛି।
ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀ ସେମାନଙ୍କ ପାଇଁ ବେଶ୍‌ ଲାଭପ୍ରଦ ହୋଇଛି। ଏହି ନୂଆ ଟେକ୍ନୋଲୋଜି ଏବେ ଆମକୁ ଉତ୍ତମ ରୂପେ ରୋଗୀକୁ ସେବା ଦେବା ପାଇଁ ସକ୍ଷମ କରୁଛି ଯେପରି ପଛରେ କୌଣସି ପ୍ରକାର ଅସୁବିଧା ନ ହେବ। ଉକ୍ତ ଉନ୍ନତ ପ୍ରଣାଳୀ ହେଲା ‘ସମର୍ଥତ୍ତ ଆମ୍ବୁଲେଶନ ପ୍ରଶିକ୍ଷଣ’ । ସମର୍ଥିତ ଆମ୍ବୁଲେଶନ ସିଷ୍ଟମ ପ୍ରଶିକ୍ଷଣରେ ରୋଗୀକୁ ଅତି ସହଜ ଉପାୟରେ ଚାଲିବା ପ୍ରଶିକ୍ଷଣ ଦିଆଯାଇଥାଏ। ଏହି ସିଷ୍ଟମର ସାହାଯ୍ୟରେ ପୋଷ୍ଟ ନ୍ୟୁରୋଲୋଜିକାଲ ରୋଗୀ ସହଜରେ ଚାଲିବା କାର୍ଯ୍ୟକୁ ସମ୍ପାଦିତ କରିବା ପାଇଁ ସକ୍ଷମ ହୋଇଥାଏ। କାରଣ ଓଜନର କିଛି ଅଂଶ ସିଷ୍ଟମ ଦ୍ୱାରା ସମର୍ଥିତ ଥିବା ଯୋଗୁ ସେ ନିଜକୁ ହାଲୁକା ମନେକରେ। ଏହି ଆମେରିକାନ ପ୍ରଯୁକ୍ତିବିଦ୍ୟା ଏବେ ଓଡ଼ିଶାରେ ଉପଲବ୍ଧ। ଅନୁସନ୍ଧାନ ଅନୁସାରେ ସର୍ବୋତ୍ତମ ପରିଣାମ ପ୍ରାପ୍ତ କରିବା ପାଇଁ ରୋଗୀକୁ ଯେତେଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରିବାର ପ୍ରଥମ ସପ୍ତାହ ଭିତରେ ନାମ ପଞ୍ଜୀକରଣ କରିବାକୁ ପଡ଼ିଥାଏ। ଏହି ପ୍ରଶିକ୍ଷଣର ସମୟ ଅବଧି ଏକରୁ ଦୁଇ ସପ୍ତାହ। ଏହା ମାତ୍ର ୨୦-୪୦ ମିନିଟ୍‌ ଭିତରେ ଶେଷ ହୁଏ। ପ୍ରଶିକ୍ଷଣ ଓ ଅବଧି ରୋଗୀର କ୍ଷମତା ଉପରେ ଆଧାରିତ । ସହାୟକ ଆମ୍ବୁଲେଶନ ପ୍ରଶିକ୍ଷଣ ଅନେକ ସମୟରେ ପରମ୍ପରାଗତ ଫିଜିଓଥେରାପି ସହ ସଂଶ୍ଳିଷ୍ଟ। ଏଇ ଆମେରିକୀୟ ପ୍ରଯୁକ୍ତିବିଦ୍ୟା ମଧ୍ୟ ପଡ଼ିଯିବାର ଆଶଙ୍କାକୁ କମ୍‌ କରିବା ପାଇଁ ଉପକାରୀ ବୋଲି ପ୍ରମାଣିତ ହୋଇଛି। ବୟସବୃଦ୍ଧି ପଡ଼ିଯିବା ଆଶଙ୍କାକୁ ଅଧିକ କରିଥାଏ। ବୃଦ୍ଧମାନଙ୍କ ମଧ୍ୟରେ ପଡ଼ିଯିବା ଡାକ୍ତରଖାନାରେ ଭର୍ତ୍ତି ହେବାର ସାଧାରଣ କାରଣ। ପଡ଼ିଯିବା କାରଣରୁ ହାଡ଼ ଭାଙ୍ଗିଯାଏ ଓ ମୁଣ୍ଡରେ ଆଘାତ ଲାଗିଥାଏ। ସମର୍ଥିତ ଆମ୍ବୁଲେଶନ ପ୍ରଶିକ୍ଷଣ ସନ୍ତୁଳିତ ଅଭ୍ୟାସ ସହ ଶିଖାଯାଏ ଓ ଏଥିରୁ ପଡ଼ିଯିବା ଆଶଙ୍କା କମ୍‌ ହୋଇଯାଏ ଓ ସ୍ବାସ୍ଥ୍ୟର ଯତ୍ନ ପାଇଁ ସ୍ବାସ୍ଥ୍ୟସେବା ଖର୍ଚ୍ଚ କମ୍‌ ହୋଇଥାଏ।

-ଡା. ସୁପ୍ରିୟା ସୁଦର୍ଶିନୀ
-ପିଟି, ଏମ୍‌ପିଟି,ଏମ୍‌ଆଇଏପି, କନ୍‌ସଲଟାଣ୍ଟ,
କେୟାର ହସ୍ପିଟାଲ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

ଏମିତି ଝିଅଙ୍କୁ ଭୁଲ୍‌ରେ କରନ୍ତୁ ନାହିଁ ବିବାହ: ରାତାରାତି ବିଗିଡ଼ିଯିବ …

ବିବାହ ପାଇଁ ଭଲ ଝିଅ ଖୋଜିବା ସହଜ କଥା ନୁହେଁ। ଆଜିର ସମୟରେ ଅଧିକାଂଶ ପୁଅ ସୌନ୍ଦର୍ଯ୍ୟ ଦେଖିବା ପରେ ଝିଅକୁ ବିବାହ କରିବାକୁ ରାଜି...

ଧନୀ ହେବାକୁ ଚାହାନ୍ତି କି? ତେବେ  ଭୁଲନ୍ତୁ ନାହିଁ ଏହି ୫ କଥା

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ରାଜନୀତିଜ୍ଞ ଏବଂ କୁଟନୀତିଜ୍ଞ। ସେ ନିଜର ଚାଣକ୍ୟ ନୀତିରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ପ୍ରସଙ୍ଗ ବିଷୟରେ ବର୍ଣ୍ଣନା...

କଲରା ଖାଉଥିଲେ…

କଲରାର ସ୍ବାଦ ପିତା, ହେଲେ ଏଥିରେ ଅନେକ ଉପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଡାଇବେଟିସ୍‌ ରୋଗୀଙ୍କ ପାଇଁ ଏହା କେତେ ଲାଭପ୍ରଦ ତାହା ପ୍ରାୟ...

କୃତ୍ରିମ ରକ୍ତ

୧୬୧୬ ମସିହାରେ ୱିଲିୟମ ହାର୍ଭିଙ୍କ ଦ୍ୱାରା ରକ୍ତ ସଞ୍ଚାଳନ ପଥ ଆବିଷ୍କାର ହେବା ପରେ ଅନେକ ଗବେଷକ ଏବଂ ଡାକ୍ତର-ବୈଜ୍ଞiନିକମାନେ ବିଭିନ୍ନ ତରଳ ପଦାର୍ଥ ଯଥା...

ଓଜୋନ ସୁରକ୍ଷା, ଜୀବନ ରକ୍ଷା

ଆମ ପୃଥିବୀ ଗ୍ରହରେ ଜୀବନ ସଞ୍ଚାର ହେବା ପଛରେ ଗୋଟିଏ ପ୍ରମୁଖ କାରଣ ହେଲା ଏହାର ଊର୍ଦ୍ଧ୍ୱ ବାୟୁମଣ୍ଡଳରେ ଥିବା ଓଜୋନ ମଣ୍ଡଳ। ଏହା ମହାକାଶରୁ...

ମୁଖ ଦୁର୍ଗନ୍ଧ ହେଉଛି କି?

ଅନେକଙ୍କଠାରେ ମୁଖରୁ ଦୁର୍ଗନ୍ଧ ବାହାରିବା ସମସ୍ୟା ଦେଖାଯାଇଥାଏ। ବେଳେବେଳେ ଏହି ସମସ୍ୟା ସେମାନଙ୍କୁ ଅନେକ ଅସୁବିଧାରେ ପକାଇଥାଏ। କାହା ସହ କଥା ହେଲାବେଳେ ସେମାନଙ୍କୁ ବେଶ୍‌...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri