Categories: ଖେଳ

ସମର୍‌ସେଟ୍‌ରେ ଯୋଗ ଦେବେନି ଆହତ ଓ୍ବାଡେ

ସିଡ୍‌ନୀ, ୧୯।୩ (ଏଏଫ୍‌ପି)- ବିସ୍ଫୋରକ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ଓ୍ବାଡେ ଆଘାତଜନିତ ସମସ୍ୟା ଲାଗି କାଉଣ୍ଟି କ୍ରିକେଟ୍‌ କ୍ଲବ ସମର୍‌ସେଟ୍‌ ଦଳରେ ଯୋଗଦେବେ ନାହିଁ। ୩୨ ବର୍ଷୀୟ ଓ୍ବାଡେ ବର୍ତ୍ତମାନ ଆଣ୍ଠୁଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି ବାମହାତୀ ବ୍ୟାଟ୍ସମ୍ୟାନ ସମର୍‌ସେଟ୍‌ ପାଇଁ ଚଳିତ ସିଜନରେ ୭ଟି ଚାମ୍ପିୟନଶିପ୍‌ ମ୍ୟାଚ୍‌ ଖେଳିବାକୁ ରାଜି ହୋଇଥିଲେ। କିନ୍ତୁ ଆଘାତଜନିତ ସମସ୍ୟା ଯୋଗୁ ତାଙ୍କୁ ବିଶ୍ରାମ ପାଇଁ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ପରାମର୍ଶ ଦିଆଯାଇଛି। ‘ଏହା ଏଖ ବଡ଼ ଝଟ୍‌କା। କାଉଣ୍ଟି କ୍ରିକେଟ୍‌ ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିଲି। କିନ୍ତୁ ସିଏ ମେଡିକାଲ ଟିମ୍‌ ସହ ଆଲୋଚନା ପରେ ବିଶ୍ରାମ ପାଇଁ ପରାମର୍ଶ ଦେଇଛନ୍ତି। ତେଣୁ ସମର୍‌ସେଟ୍‌ରେ ଯୋଗ ଦେଇପାରିବି ନାହିଁ’ ବୋଲି ଓ୍ବାଡେ କହିଛନ୍ତି। ଏପ୍ରିଲ ୧୨ରୁ କାଉଣ୍ଟି କ୍ରିକେଟ୍‌ ଆରମ୍ଭ ହେବାର କାର୍ଯ୍ୟସୂଚୀ ରହିଥିଲା। କିନ୍ତୁ କରୋନା ଭାଇରସ୍‌ ଲାଗି ଇଂଲଣ୍ଡ ଆଣ୍ଡ୍‌ ଓ୍ବେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ଏହାକୁ ସ୍ଥଗିତ ରଖିଛି।

Share