ସମର ଶପିଂ

ଖରାଦିନେ କପଡ଼ା ଚୟନ କରିବା କଷ୍ଟକର
ହୋଇଥାଏ। ଏପରି ଡ୍ରେସ ଚୟନ କରନ୍ତୁ ଯାହା ଆପଣଙ୍କୁ ଷ୍ଟାଇଲିଶ ଲୁକ୍‌ ଦେବା ସହ ଆରାମ ବି ଲାଗିବ। ଏମିତିରେ ଶପିଂ ସମୟରେ ସାବଧାନତା ହେବା ଜରୁରୀ। ଆଜି ଆପଣକୁ ଏଠାରେ ଖରାଦିନେ ଶପିଂ ସହିତ ଜଡ଼ିତ କେତୋଟି ଟିପ୍ସ ଦେଉଛୁ …
-ଆଜିକାଲି ଅଧିକାଂଶ କପଡ଼ାରେ ପଲିଷ୍ଟର ଥାଏ ଯାହାକୁ ପିନ୍ଧିବା ଦ୍ୱାରା ଶରୀରକୁ ପବନ ପ୍ରବେଶ କରିପାରେ ନାହିଁ। ଏହି କାରଣରୁ ଝାଳ ବୋହିଲେ କପଡ଼ା ଉପରେ ଅଲଗା ପ୍ରକାର ସ୍ପଟ୍‌ ଦେଖିବାକୁ ମିଳେ। ଏମିତି କପଡ଼ା ଚୟନ କରନ୍ତୁ, ଯାହା ଶରୀରକୁ କୁଲ୍‌ ରଖିବା ସହ ଝାଳ ଶୁଖିବା ରୋକିବାରେ ସାହାଯ୍ୟ କରିବ।
-ଖରାଦିନ ଓ ଶୀତଦିନେ ଫୁଟଓ୍ବେର ଚୟନ କରିବାର ଉପାୟ ଅଲଗା ଅଲଗା। ଖରାଦିନେ ଏପରି ସାଇଜର ଫୁଟ୍‌ଓ୍ବେର ଚୟନ କରନ୍ତୁ, ଯାହା ଆପଣଙ୍କ ପାଦଠୁ ବଡ଼ ହୋଇଥିବ। ଏହା ଏଥିପାଇଁ ଯେ ଖରାଦିନେ ପାଦରେ ଯନ୍ତ୍ରଣା ଅନୁଭୂତ ହୁଏ।
-ଖରାଦିନେ ଟାଇଟ କପଡ଼ା ପିନ୍ଧିବାଠୁ ଦୂରେଇ ରୁହନ୍ତୁ। ଝାଳ ଓ ଗରମ ଯୋଗୁ ସ୍କିନ୍‌ରେ ଲାଗି ଯାଉଥିବା କପଡ଼ା ଇରିଟେସନ ହୋଇଥାଏ। ଏହାଦ୍ୱାରା ରାଶେସ୍‌ ହେବା ଆଶଙ୍କା ରହିଛି।
-କପଡ଼ା ଷ୍ଟାଇଲିଶ୍‌ ଦେଖାଯିବାକୁ ମେଟାଲ ରିଙ୍ଗସ କିମ୍ବା ସେଥିରେ ଅନ୍ୟ ଡିଜାଇନ ବ୍ୟବହାର ହୋଇଥାଏ। ଏପରି ଡ୍ରେସ ପିନ୍ଧିବା ଦ୍ୱାରା ଅନ୍‌କମ୍ପଟେବଲ ଲାଗିଥାଏ।