ସମସିଆ ଘେରରେ କନ୍ଧପଡ଼ାବାସୀ

ଅତାବିରା, ୧୮।୬ (ଡି.ଏନ.ଏ): ସରକାର ଛୁଆକର ଶିକ୍ଷା, ସୁଆସ୍‌ତିଅକେ ଗୁରୁତ୍‌ ଦେଇ ଗଁ। ଗଁଲିନୁ ସହର ତକ୍‌ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। ଅଙ୍ଗନଓ୍ବାଡି କେନ୍ଦ୍ରମାନକେ ୩ରୁ ୬ ବଛର୍‌ର ଛୁଆକର ଲାଗି ସରକାର ପ୍ରାକ୍‌ ଶିକ୍ଷା, ଖେଲକୁଦ, ଉଷୋକଷା, ଡ୍ରେସ୍‌ ଆର ପୁଷ୍ଟିକର ରଁଧା ଖାଏଦ୍‌ର ବେବସ୍‌ତା କରିଛନ୍‌। ଇଥିରଲାଗି ଫିବଛର ରାଜକୋଷରୁ କୋଟି କୋଟି ଟଁକା ଖରଚ୍‌ ହେଉଛେ। ହେଲେ ଏହେଦେ ବି ଆମର ରାଏଜେ ଏନ୍‌ତା ଗଁାମାନ ଅଛେ, ଯେନ୍‌ନେ ଛୁଆମାନେ ଅଙ୍ଗନଓ୍ବାଡି କେନ୍ଦ୍ର କହେଲେ କାଣା ନାଇଁ ଜାନି। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ ବରଗଡ଼ ଜିଲା ଭେଡ଼େନ ବ୍ଲକ ଡାଲବ ପଁଚେତ୍‌ କନ୍ଧପଡ଼ାରେ।
ସୂଚନା ଅନ୍‌ସାରେ ପାଖାପାଖି ୪୦ ବଛରରୁ ଅଧ୍‌କା ହେଲା କନ୍ଧପଡ଼ାରେ ୬୦ ପରିବାର ବାସ୍‌ କରୁଛନ୍‌। ପଡ଼ାର ବଡ଼ଭାଗି ଲୋକ୍‌ ନିହାତି ଗରିବ ହେଇଥିଲାବେଲେ ସଭେ ଝୁପଡ଼ିଟେ ଲେଖେଁ କରି ରହୁଛନ୍‌। ହେଲେ ଗଁାର ବଡ଼ଭାଗି ଲୋକ୍‌ ଆବାସ ଯୋଜନାର ଲାଭ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଗଁାରେ ବଛରକୁତା ପାଏନ୍‌ ସମସିଆ ଲାଗି ରହୁଛେ, ଗଁାରେ ଥିବାର ନଲ୍‌ଚୁଅଁା କେତେଟା ପଡ଼ାବାସୀକର ସାହାଭରସା। ନଲ୍‌ଚୁଅଁା ଅଚଲ୍‌ ହେଲେ ପଡ଼ାବାସୀ ବଡ଼ା ହଇରାନ ହରକତ୍‌ ହେଉଛନ୍‌। ପଡ଼ାରେ ଗୁଟେ ପ୍ରାଥମିକ ବିଦ୍ୟାଲୟ ରହିଛେ, ହେଲେ ଠିକ୍‌ ହିସାବେ ପାଠ୍‌ ପଢ଼ା ନାଇଁ ହେଉଥିବାର ଗଁାବାସୀ ଅଭିଯୋଗ କରିଛନ୍‌। ଇ ବାବ୍‌ଦେ ଗଁାବାସୀ ବ୍ଲକ ଶିକ୍ଷା ଅଧ୍‌କାରୀକୁଁ ବି ଅଭିଯୋଗ କରିଥିବାର କହିଛନ୍‌। ସେନ୍‌ତା ବିନା କାରନ୍‌ରେ ସ୍କୁଲର ଦୁଇ ଛାତ୍ରୀକୁଁ ଟିସି ଦେଇ ସ୍କୁଲରୁ ବାହାର କରିଦିଆଯାଇଥିବାର ଉଭଏ ଛାତ୍ରୀକଁର ମା’ମାନେ ଅଭିଯୋଗ କରିଛନ୍‌। ସେନ୍‌ତା ଇ ବାବ୍‌ଦେ ଭେଡ଼େନ ବ୍ଲକ ଶିକ୍ଷା ଅଧ୍‌କାରୀ ମଛିନ୍ଦ୍ର ମଲ୍ଲିକକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। କନ୍ଧପଡ଼ା ଗଁାରେ ଆଏଜ୍‌ ବି ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ରର ଅଭାବ ରହିଛେ। ଗଁାଟା ବାନିପାଲି ଅଙ୍ଗନଓ୍ବାଡି କେନ୍ଦ୍ର ଅଧୀନରେ ରହିଛେ, ହେଲେ କେନ୍ଦ୍ରଟା ଗଁାରୁ ୩ କି.ମି ଦୂରେ ରହିଛେ। ଯେନ୍‌ଥିରଲାଗି ଗଁାର ୩ରୁ ୬ ବଛର୍‌ର ଛୁଆମାନେ ପ୍ରାକ୍‌ ଶିକ୍ଷା, ପୁଷ୍ଟିକର ରଁଧା ଖାଏଦ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ପ୍ରସୂତି ଆର ଗରଭ୍‌ବତୀ ମହିଲାମାନେ ବି ଅନେକ ସମିଆରେ ସମସିଆର ସାମନା କରୁଛନ୍‌। କନ୍ଧପଡ଼ାବାସୀ ଗଁାରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲବାକେ ବ୍ଲକ ପରଶାସନ, ଆଇସିଡିଏସ୍‌ ଅଫିସରେ ଗୁହାରି କରି ନିରାଶ ହେଇଛନ୍‌। ସମସିଆର ସମାଧାନ ଦିଗେ ପଦକ୍ଷେପ ନେବାକେ ଗଁାବାସୀ ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌।