ସମସିଆ ଘେରରେ ଯୋଗୀସର୍ଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର

ଲୋଇସିଂହା,୨୧।୧୧(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅଧୀନ ଯୋଗୀସର୍ଡ଼ା ଗାଁର ଅଙ୍ଗନଓ୍ବାଡି କେନ୍ଦ୍ର-୨ ଏହେଦେ ଅସାମାଜିକ ଲୁକ୍‌କର ପାଏନ୍‌ଘାଟ ପାଲଟିଛେ। ଇ ଦିଗେ ବିଭାଗୀୟ ଅଧ୍‌କାରୀ ଆର ଥାନୀଅ ପଁଚେତ୍‌ କତୁରପକ୍ଷ ପଦକ୍ଷେପ ନାଇଁ ନେବାର। ଏନ୍‌ତାଥି ଅଭିଭାବକ ଆର ବୁଧିଜୀବୀ ମହଲରେ ଅସନ୍‌ତୋଷ ଭାବ୍‌ ବଢ଼ତେଲ ଯାଉଛେ।
ସୂଚନା ହିସାବେ ଯୋଗୀସର୍ଡ଼ା ଗଁାର ଏମ୍‌ଇ ସ୍କୁଲ ପଛଫାଲେ ଯାଇଥିବାର ଗଣ୍ଡପଡ଼ା ରାସ୍‌ତାରେ ଇ ଅଙ୍ଗନଓ୍ବାଡି କେନ୍ଦ୍ର-୨ ଚାଲୁଛେ। ଇ କେନ୍ଦ୍ରର ନୂତନ କୁଠା ଗଲା ବଛର ଦଶ୍‌ରାରେ କରମୀକଁର ଜିମା ଦିଆଯାଇଥିଲା। ଏହେଦେ ଇ କେନ୍ଦ୍ରରେ ୨୨ ଛାତ୍ରୀଛାତ୍ର ପାଠ୍‌ ପଢ଼ୁଛନ୍‌। କେନ୍ଦ୍ରରରେ ମୁଖିଆ ଗେଟ୍‌ ନାଇଁଥିଲାବେଲେ ପଛ୍‌ଫାଲର ବାଡା ନଁାଇଁନ। ଏନ୍‌ତାଥି ଛନାଛକା ସମିଆରେ ଅସାମାଜିକ ଲୋକ୍‌ମାନେ କେନ୍ଦ୍ର ପରିସରରେ ଝାଡ଼ାଝପଟ୍‌ ଯାଉଛନ୍‌। ରଏବାର ରାତି କେହି ଝନେ ଅସାମାଜିକ ଲୋକ୍‌ କେନ୍ଦ୍ରର ବାରନ୍‌ଡାରେ ଝାଡ଼ା କରିଥିଲେ। ସୋମବାର କେନ୍ଦ୍ରର କରମୀ ସଙ୍ଗିତାମଞ୍ଜରୀ ସେଠ୍‌ ଆର ସହାୟିକା ଆଏଲା ଉତାରୁ ଇ ଘଟନା ଦେଖିଥିଲେ। ମଙ୍ଗଲବାର ଦିନ୍‌ ତକ୍‌ ସେଟା ସଫା ନାଇଁ ହେବାର ଲାଗି ଅଭିଭାବକ ମହଲରେ ଅସନ୍‌ତୋଷ ପରକାଶ ପାଇଥିଲା। ଇ ବାବ୍‌ଦେ କରମୀ ସଙ୍ଗିତାମଞ୍ଜରୀ ସେଠ୍‌ କହିଛନ୍‌ ଯେ, କେନ୍ଦ୍ରର ମୁଖିଆ ଗେଟ୍‌ ଆର ପଛ୍‌ଫାଲର ବାଡା ନଁାଇଁନ। ଛୁଆକର ଲାଗି ତିଆରି ହେଇଥିବାର ପାଇଖାନାକେ ବାହାରିଆ ଅସାମାଜିକ ଲୋକ୍‌ମାନେ ଛିନାଛକା ଦେଖି ବେଭାର କରୁଛନ୍‌। ଇ ସବୁ ସମସିଆ ବାବ୍‌ଦେ ମୁଇଁ ବିଭାଗୀୟ ଅଧ୍‌କାରୀକୁଁ ଜନେଇଛେଁ ବଲି ସେ କହିଥିଲେ। ବାଡା ଆର ମୁଖିଆ ଗେଟ୍‌ ନାଇଁଥିବାର ଲାଗି ଅସାମାଜିକ ଲୋକମାନେ କେନ୍ଦ୍ରର ପରିସରଟାକେ ପାଏନ୍‌ଘାଟ ଲେଖେଁ ବେଭାର କରି ଅସ୍‌କୁରା କରୁଛନ୍‌। ବ୍ଲକ ପରଶାସନ ଆର ବିଭାଗୀୟ ଅଧ୍‌କାରୀମାନେ ଇ ଦିଗେ ଦୁରୁଷ୍‌ଟି ଦେଇ ଯେତେ ଜଲ୍‌ଦି ହେବା ପଦକ୍ଷେପ ନେବାକେ ଗଁାବାସୀ ଦାବି କରିଛନ୍‌।

Share