Categories: ଫୁରସତ

ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ଲାଗି ଗ୍ରେସ୍‌ଙ୍କ ଅଜବ କାମ: ପୂରା ଶରୀରରେ କଲେ ଟାଟୁ, ଦୁଇଫାଳ କଲେ ଜିଭ

ସୁନ୍ଦର ଦେଖାଯିବା ଲାଗି ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ଭିନ୍ନ ଭିନ୍ନ ପ୍ରସାଧନ ସାମଗ୍ରୀଠାରୁ ଆରମ୍ଭ କରି ଟାଟୁ କରିବା, ସର୍ଜରି କରିବାକୁ ସେମାନେ ପଛାନ୍ତି ନାହିଁ। କିନ୍ତୁ ସମସ୍ତଙ୍କଠାରୁ ଅଲଗା ଦେଖାଯିବା ଲାଗି ଜଣେ ମହିଳା ଏଭଳି କିଛି କରିଛନ୍ତି, ଯାହା ଶୁଣିଲେ ଆପଣ ବିଶ୍ୱାସ ନ କରିପାରନ୍ତି। ତେବେ ଯୁବତୀ ଜଣଙ୍କ ହେଉଛନ୍ତି ଗ୍ରେସ୍‌ ନ୍ୟୁଟ୍ରଲ। ତାଙ୍କୁ ଏବେ ୨୫ ବର୍ଷ। ପେସାରେ ସେ ଜଣେ ଟାଟୁ ଡିଜାଇନର।

ଗ୍ରେସ୍‌ଙ୍କୁ ଯେତେବେଳେ ୨୧ ବର୍ଷ ହୋଇଥିଲା, ସେତେବେଳେ ସେ ନିଜ ଜିଭକୁ ଦୁଇଫାଳ କରି କାଟି ଦେଇଥିଲେ। ଏହା ତାଙ୍କୁ ଅନେକ ଯନ୍ତ୍ରଣା ଦେଇଥିଲେ ମଧ୍ୟ ଭିନ୍ନ ଦେଖାଯିବା ଜିଦ୍‌ରେ ଏଭଳି ସେ କରିଛନ୍ତି। ଏହାଛଡ଼ା ତାଙ୍କ କାନକୁ କଣ୍ଟା ଭଳି କରିବା ସହ ଆଖି ପିତୁଳାର ରଙ୍ଗକୁ ନୀଳ କରିଛନ୍ତି। ସେ ଟାଟୁ ଆର୍ଟିଷ୍ଟଙ୍କ ସହାୟତାରେ ନିଜର ପୂରା ଶରୀରରେ ଟାଟୁ କରିବାକୁ ପଛାଇ ନାହାନ୍ତି, କେବଳ ତାଙ୍କ ମୁହଁକୁ ଛାଡ଼ି। କେବଳ ଏତିକି ନୁହେଁ ନିଜ ନାଭିକୁ ସର୍ଜରି କରି ଲୁଚାଇବାକୁ ପଛାଇନାହାନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଲୋକମାନେ ଯୁବତୀଙ୍କ ନିଶାକୁ ନେଇ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି।

Share