Posted inଖେଳ

ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ: ସଚିନ

ନୂଆଦିଲ୍ଲୀ, ୨୩।୫(ପି.ଟି.)- କ୍ରିକେଟ ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ଭାରତର ସମ୍ଭାବନାକୁ ନେଇ ମତ ରଖିଛନ୍ତି ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର। ବିରାଟ କୋହଲିଙ୍କ ଦକ୍ଷତାକୁ ନେଇ ପ୍ରଶ୍ନ ନାହିଁ। ମାତ୍ର ସାଥୀ ଖେଳାଳିଙ୍କ ବିନା ସହଯୋଗରେ ଏକାକୀ ବିରାଟ ବିଶ୍ୱକପ ଜିତି ପାରିବେନି ବୋଲି କହିଛନ୍ତି ଏହି କିମ୍ବଦନ୍ତୀ କ୍ରିକେଟର। ୧୯୯୬, ୧୯୯୯ ଓ ୨୦୦୩ ବିଶ୍ୱକପରେ ତୁମପରି ଆଗାମୀ ବିଶ୍ୱକପରେ ବିରାଟ ଦାୟିତ୍ୱ ନିର୍ବାହ କରି ପାରିବେ କି ପ୍ରଶ୍ନର ଉତ୍ତରରେ ସଚିନ କହିଲେ ଯେ, ”ପ୍ରତି ମ୍ୟାଚରେ କିଛି ଖେଳାଳିଙ୍କୁ ବ୍ୟକ୍ତିଗତଭାବେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। କାରଣ କୌଣସି ଜଣେ ଖେଳାଳିଙ୍କ ପ୍ରଦର୍ଶନ ବଳରେ କେବେହେଲେ ଟୁର୍ନାମେଣ୍ଟ ଜିତି ହୁଏନି। ଘଡ଼ିସନ୍ଧି ମୁହୂର୍ତ୍ତରେ କେହି ନା କେହି ଭଲ ଖେଳିବାକୁ ପଡ଼ିବ। ଏହା ନ ହେଲେ ନୈରାଶ୍ୟ ଦେଖିବାକୁ ମିଳିବ“। ବ୍ୟାଟିଂ ଲାଇନ୍‌ଅପ୍‌ର ୪ ନମ୍ବର ସ୍ଥାନ ପାଇଁ ଭାରତ ସ୍ଥାୟୀଭାବେ ବ୍ୟାଟ୍ସମ୍ୟାନ ଚୟନ କରାଯାଇ ପାରି ନ ଥିବାରୁ ବିଶେଷ ଚିନ୍ତା ପ୍ରକଟ କରିନାହାନ୍ତି ସଚିନ। ମ୍ୟାଚର ପରିସ୍ଥିତି ଅନୁସାରେ ଏହି ସ୍ଥାନରେ ବିଭିନ୍ନ ଖେଳାଳିଙ୍କୁ ବ୍ୟାଟିଂ ପାଇଁ ଛଡ଼ାଯିବ ବୋଲି ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେଇଛି। ” ମୁଁ ଭାବୁଛି ଏହି ସ୍ଥାନ ପାଇଁ ଆମ ନିକଟରେ ଭଲ ବ୍ୟାଟ୍ସମ୍ୟାନ ଅଛନ୍ତି। ନମ୍ବର ୪ କେବଳ ଏକ ସଂଖ୍ୟା। ଏହାର ସମାଧାନ ହୋଇପାରିବ। ଭାରତର ୪ ନମ୍ବର ବ୍ୟାଟ୍ସମ୍ୟାନଙ୍କୁ ନେଇ କୌଣସି ସମସ୍ୟା ଥିବା ମୁଁ ଭାବି ପାରୁନି। ଆମ ପିଲାମାନେ ଯଥେଷ୍ଟ ସଂଖ୍ୟକ ମ୍ୟାଚ ଖେଳି ସାରିଛନ୍ତି। ତେଣୁ ସେମାନେ ନମ୍ବର ୪ ହେଉକି ୬ କିମ୍ବା ୮, ସେମାନେ ସେମାନଙ୍କ ଭୂମିକା ସମ୍ପର୍କରେ ଭଲଭାବେ ଅବଗତ ଅଛନ୍ତି। ପରିସ୍ଥିତି ଅନୁସାରେ ସଚେତନ ହେବା ଗୁରୁତ୍ୱପୂର୍ଣ୍ଣ“ ବୋଲି ବିଶ୍ୱ କ୍ରିକେଟର ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ ସଂଗ୍ରହକାରୀ ସଚିନ ପ୍ରକାଶ କରିଛନ୍ତି।
ଏବେ ପିଚ୍‌ ଗୁଡ଼ିକ ବ୍ୟାଟିଂ ଫ୍ରେଣ୍ଡଲୀ କରାଯାଉଥିବାରୁ ବିଶେଷ ଖୁସି ବ୍ୟକ୍ତ କରିନାହାନ୍ତି ସଚିନ। ବୋଲରଙ୍କ ପାଇଁ ମଧ୍ୟ ପିଚ୍‌ରେ କିଛି ରଖାଯିବା ଉଚିତ ବୋଲି ତାଙ୍କ ମତ। ” ଫ୍ଲାଟ୍‌ ପିଚ୍‌ ଗୁଡ଼ିକରେ ବୋଲରମାନଙ୍କ କାମ କଷ୍ଟକର ହୋଇ ପଡ଼ୁଛି। ଏକ ଟିମ୍‌ ୩୫୦ ରନ ସ୍କୋର କଲେ ପ୍ରତିପକ୍ଷ ଦଳ ତାହାକୁ ୪୫ ଓଭରରେ ଚେଜ୍‌ କରିଯାଉଛି ବୋଲି ଇଂଲଣ୍ଡ-ପାକିସ୍ତାନ ସିରିଜକୁ ଦୃଷ୍ଟିରେ ରଖି କହିଛନ୍ତି ସଚିନ। ଏଭଳି ପିଚ୍‌ ବୋଲରଙ୍କ ପାଇଁ ଦୁଃସ୍ବପ୍ନ ସଦୃଶ ହେଉଛି ବୋଲି ସେ କହିଛନ୍ତି। ରିଭର୍ସ ସିଇଂ ସମ୍ପର୍କରେ ମତ ଦେବାକୁ ଯାଇ ସେ କହିଛନ୍ତି ଯେ, ଆମେ ଖେଳୁଥିବାବେଳେ ୨୮ରୁ ୩୦ ଓଭର ମଧ୍ୟରେ ବଲ୍‌ ରିଭର୍ସ ସୁଇଂ ହେବା ଆରମ୍ଭ ହେଉଥିଲା। କେତେକ ମ୍ୟାଚରେ କିଛି ଓଭର ପୂର୍ବରୁ ବଲ୍‌ ରିଭର୍ସ ସୁଇଂ ହେଉଥିବା ଦେଖା ଯାଉଥିଲା। ଡେଥ୍‌ ଓଭର ବୋଲକୁ ବଲ୍‌ ନରମ ହୋଇ ଯାଉଥିଲା, ଏପରିକି ଏଥିରୁ ରଙ୍ଗ ମଧ୍ୟ ଛାଡ଼ି ଯାଉଥିଲା। ତେଣୁ ସେତେବେଳେ ଏହି ସମୟରେ ଖେଳିବା ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ଥିଲା। ମାତ୍ର ଏବେ ବଲ୍‌ ଶେଷ ପର୍ଯ୍ୟନ୍ତ କଠିନ ରହୁଛି ଏବଂ ବେଳକୁ ବେଳ ବ୍ୟାଟ୍ସମ୍ୟାନଙ୍କ ପାଇଁ ଖେଳିବା ସହଜ ହେଉଛି।
ନିକଟ ଅତୀତରେ ରିଷ୍ଟ ସ୍ପିନରମାନେ ବିଶେଷ ସଫଳ ହେଉଥିବା ଅନୁଭବ କରୁଛନ୍ତି ସଚିନ। ଭାରତ ନିକଟରେ କୁଲଦୀନ ଯାଦବ ଓ ୟୁଜବେନ୍ଦ ଚହଲଙ୍କ ରୂପରେ ୨ ଜଣ ରିଷ୍ଟ ସ୍ପିନର ଅଛନ୍ତି। ଭାରତ ଗସ୍ତରେ ଆସିଥିବାବେଳେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ ଭାରତର ଏହି ଦୁଇ ବୋଲରଙ୍କୁ ଭଲଭାବେ ବୁଝି ପାରିଥିଲେ ଏବଂ ସହଜରେ ଖେଳିଥିଲେ। ମାତ୍ର ଇଂଲଣ୍ଡ ପରିବେଶରେ ଏହାର କିଛି ମାନେ ରହିବ ନାହିଁ ବୋଲି ସଚିନ କହିଛନ୍ତି। ଅନେକ ବୋଲର ଅଛନ୍ତି, ଯାହାଙ୍କୁ ବ୍ୟାଟ୍ସମ୍ୟାନମାନେ ଭଲଭାବେ ବୁଝି ପାରିଛନ୍ତି। ଏହା ସତ୍ତ୍ୱେ ଏହି ବୋଲରମାନେ ବେଶ୍‌ କିଛି ଉଇକେଟ ନେବାରେ ସକ୍ଷମ ହୋଇଛନ୍ତି। ତେଣୁ ଆଷ୍ଟ୍ରେଲିଆ ସିରିଜକୁ ନେଇ କୁଲଦୀପ ଏବଂ ଚହଲ ଚିନ୍ତିତ ହେବା ଉଚିତ ନୁହେଁ। ଭାରତ ପାଇଁ ମିଡିଲ ଓଭରରେ ଏ ଦୁହେଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ କୁଲଦୀପ ଓ ଚହଲଙ୍କ ବୋଲିଂକୁ ବୁଝି ପାରିଛନ୍ତି ସତ, ମାତ୍ର ସେମାନେ ଯେ କିଛି ଭୁଲ କରିବେନି ତାହା କହିହେବନି। ଏ କ୍ଷେତ୍ରରେ ମୁଥୟା ମୁରଲୀଧରନଙ୍କୁ ଉଦାହରଣ ଭାବେ ନେଇଛନ୍ତି ସଚିନ। ”ମୁରଲୀ ସାଧାରଣତଃ ୨ ପ୍ରକାର ବୋଲିଂ କରିଥାନ୍ତି। ଅଫ୍‌-ବ୍ରେକ୍‌ ଏବଂ ଦୁସ୍‌ରା। ଏମିତି ନୁହେଁ ଯେ ବ୍ୟାଟ୍ସମ୍ୟାନମାନେ ମୁରଲୀଙ୍କ ବୋଲିଂକୁ ବୁଝି ପାରି ନ ଥିଲେ, ମାତ୍ର କ୍ୟାରିୟର ଶେଷ ପର୍ଯ୍ୟନ୍ତ ମୁରଲୀ ଉଇକେଟ ନେବାରେ ସକ୍ଷମ ହୋଇଥିଲେ“ ବୋଲି କହିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ।
ଭାରତୀୟ ଦଳ ଯୁବ ଏବଂ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ନେଇ ବେଶ୍‌ ସନ୍ତୁଳିତ। ୮-୧୦ ବର୍ଷ ଅଭିଜ୍ଞତା ଥିବା ଅନେକ ଖେଳାଳି ଦଳରେ ରହିଛନ୍ତି। ଏହା ବ୍ୟତୀତ ଆମ ନିକଟରେ କୁଲଦୀପ, ଲୋକେଶ ରାହୁଲ, ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମ୍‌ରାଙ୍କ ପରି ପ୍ରତିଭା ସମ୍ପନ୍ନ ଖେଳାଳି ଅଛନ୍ତି। ଏମାନେ ଅନ୍ତର୍ଜାତୀୟ କ୍ରିକେଟରେ ବେଶ୍‌ କିଛିଦିନ ଖେଳି ସାରିଛନ୍ତି। ତେଣୁ ଏଥର ଭାରତ ପାଇଁ ବହୁତ ସୁଯୋଗ ରହିବ ବୋଲି ତେନ୍ଦୁଲକର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ୟାସ ନେବାର ସଙ୍କେତ ଦେଲେ ବିରାଟ, Retirement ପରେ କ’ଣ କରିବେ କୋହଲି? ଖୋଲାଖୋଲି କହିଲେ…

ନୂଆଦିଲ୍ଲୀ,୧୫।୩: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି IPL ୨୦୨୫ ପୂର୍ବରୁ ଚମକାଇବା ଭଳି ବୟାନ ଦେଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବିରାଟ...

କାନ୍ଦିଲେ ରୋହିତ ଶର୍ମା! ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୫।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା କାର ବହୁତ ପସନ୍ଦ କରନ୍ତି। ରୋହିତଙ୍କୁ ପ୍ରାୟତଃ ମୁମ୍ବାଇରେ ତାଙ୍କ କାରରେ ବୁଲୁଥିବାର ଦେଖାଯାଏ, ପ୍ରଶଂସକମାନେ ତାଙ୍କ କାର...

୨୦ ବର୍ଷ ପରେ…ଫେରିଲା ଜାହିର ଖାନଙ୍କ ପୁରୁଣା ପ୍ରେମ

ନୂଆଦିଲ୍ଲୀ,୧୫।୩: ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ଲକ୍ଷ୍ନୌ ସୁପରଜାଏଣ୍ଟସରେ ଯୋଗଦେବା ପାଇଁ ଲକ୍ଷ୍ନୌ ପହଞ୍ଚିଛନ୍ତି। ଏହି ସମୟରେ, ଜାହିର ଖାନଙ୍କ ସହିତ ଏକ ରୋମାଞ୍ଚକର...

IPL 2025: କ୍ୟାପଟେନ ଅକ୍ଷର ପଟେଲ ଅବା କେଏଲ ରାହୁଲ ନୁହେଁ, ଏହି ଖେଳାଳି ହେଉଛନ୍ତି ଅସଲ ହିରୋ!

ନୂଆଦିଲ୍ଲୀ,୧୫।୩: ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୫ ପାଇଁ ପ୍ରସ୍ତୁତିରେ ଜୋରଦାର ଲାଗପଡିଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ କେଭିନ ପିଟରସନଙ୍କୁ ମାର୍ଗଦର୍ଶକ ଭାବରେ ନିଯୁକ୍ତ...

ରୋହିତ ଶର୍ମା ଟିମ ଇଣ୍ଡିଆର ଅଧିନାୟକ ରହିବେ କି ନାହିଁ? ଆସିଗଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୫।୩: ନିକଟରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ ଟାଇଟଲ ଜିତିଛି। ଏହା ପୂର୍ବରୁ ଟିମ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା। ଏଠାରେ...

‘ଭାରତରେ ପହଞ୍ଚିବା ପୂର୍ବରୁ ହିଁ ମୋତେ ଧମକପୂର୍ଣ୍ଣ ଫୋନ ଆସିବା ଆରମ୍ଭ ହୋଇଗଲା…’ ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ବରୁଣ ଚକ୍ରବର୍ତ୍ତୀ

ନୂଆଦିଲ୍ଲୀ,୧୫।୩: ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ କ୍ରିକେଟ ଦଳକୁ ଚାମ୍ପିୟନ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସ୍ପିନର ବରୁଣ ଚକ୍ରବର୍ତ୍ତୀ ଏକ ବଡ଼ ଖୁଲାସା କରିଛନ୍ତି।...

ରଙ୍ଗରେ ଭିଜିଲେ ବିଦେଶୀ କ୍ରିକେଟର: IPL ତାରକା ଖେଳିଲେ ହୋଲି

ନୂଆଦିଲ୍ଲୀ,୧୪।୪: IPL 2025ର ୧୮ତମ ସିଜିନର ବିଗୁଲ ବାଜିସାରିଛି। ସମସ୍ତ ଦଳର ଖେଳାଳି ନିଜ ନିଜ ଘରୋଇ ପଡ଼ିଆରେ କଠିନ ଅଭ୍ୟାସ କରୁଛନ୍ତି। ହେଲେ ଆଜି...

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ କମଲେଶ

ଭୁବନେଶ୍ୱର,୧୪ା୩: ଅର୍ଜୁନ ପୁରସ୍କାର ବିଜେତା ଓ ଟେବୁଲ ଟେନିସ ଫେଡେରେଶନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ କମଲେଶ ମେହେତା ଗୁରୁବାର କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image