ସମସ୍ତଙ୍କ ସାମ୍ନାରେ ରଣବୀରଙ୍କୁ ଗାଳି କଲେ ଅନୁଷ୍କା

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଅନୁଷ୍କା ଶର୍ମା ସମସ୍ତଙ୍କ ସାମ୍ନାରେ ଦୀପିକା ପାଦୁକୋନଙ୍କ ସ୍ବାମୀ ରଣବୀର ସିଂଙ୍କୁ ଗାଳି କରିଛନ୍ତି। ଆଉ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଉଭୟ ଅନୁଷ୍କା ଓ ରଣବୀର ଏପର୍ଯ୍ୟନ୍ତ ୩ଟି ଫିଲ୍ମରେ ଏକାଠି ନଜର ଆସିଥିବା ବେଳେ ଦର୍ଶକେ ମଧ୍ୟ ଏମାନଙ୍କ ଯୋଡିକୁ ବେଶ୍‌ ପସନ୍ଦ କରିଛନ୍ତି। ନିକଟରେ ମୁମ୍ବାଇରେ ଏକ ଆଓ୍ବାର୍ଡ ସେରିମନିରେ ଯୋଗଦେବାକୁ ଆସିଥିବା ଅନୁଷ୍କା ଓ ରଣବୀରଙ୍କୁ ଦେଖି ତାଙ୍କ ପ୍ରଶଂସକମାନେ ଖୁସି ହୋଇ ଯାଇଥିଲେ। ଏହି କାର୍ଯ୍ୟକ୍ରମରେ ରଣବୀର ହୋଷ୍ଟ ଥିବା ବେଳେ ତାଙ୍କର ଗେଟଅପ୍‌ ଓ ଚଗଲାମି ହୁଏତ ଅନୁଷ୍କାଙ୍କୁ ପସନ୍ଦ ଆସି ନ ଥିଲା। ଆଉ ଏହି ସମୟରେ ରଣବୀର ଅନୁଷ୍କାଙ୍କୁ ସଫଳତାର କାରଣ ପଚାରିଥିବା ବେଳେ ଅନୁଷ୍କା ମଜାରେ ମଜାରେ ସମସ୍ତଙ୍କ ସାମ୍ନାରେ ରଣବୀରଙ୍କୁ ଗାଳି କରିଥିଲେ। ଏହି ମଜାଦାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share