ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଖୁବ୍ଶୀଘ୍ର ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କୁ ଆଇପ୍ୟାଡସ୍ ଯୋଗାଇ ଦିଆଯିବ। ଏମାନେ ଲାଟେଷ୍ଟ ଟେକ୍ନୋଲୋଜି ସହ ଅପ୍ଡେଟ୍ ରହିବା ପାଇଁ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ସୂଚନା ଅନୁଯାୟୀ, ଆସନ୍ତା କ୍ୟାବିନେଟ ବୈଠକ ହେବ ପେପର ଲେସ୍। ଅର୍ଥାତ୍ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଆସନ୍ତା ସପ୍ତାହରେ ଅନୁଷ୍ଠିତ ହେବାକୁ ଥିବା କ୍ୟାବିନେଟ ବୈଠକରେ ଆଇପ୍ୟାଡ ବ୍ୟବହାର କରିବା ବାଧ୍ୟତାମୂଳକ ହୋଇଯାଇଛି।