Categories: ଖେଳ

ସମସ୍ତ ପ୍ରକାର କ୍ରିକେଟ୍‌ରୁ ଡୁମିନିଙ୍କ ଅବସର

କେପ୍‌ ଟାଉନ, ୧୪।୧- ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡ ଜେପି ଡୁମିନି ସୋମବାର ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ୨୦୧୭ରେ ଟେଷ୍ଟରୁ ଅବସର ନେଇଥିବା ଡୁମିନି ଗତ ବର୍ଷ ଆଇସିସି ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ। କିନ୍ତୁ ଏହି ବାମହାତୀ ବ୍ୟାଟ୍ସମ୍ୟାନ ବିଭିନ୍ନ ଦେଶରେ ଅନୁଷ୍ଠିତ ଟି୨୦ ଲିଗ୍‌ରେ ନିଜକୁ ସାମିଲ ରଖିଥିଲେ। ୩୫ ବର୍ଷୀୟ ଡୁମିନି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ଠାରୁ ଆରମ୍ଭ କରି କାରିବୀୟନ ପ୍ରିମିୟର ଲିଗ୍‌, ପାକିସ୍ତାନ ସୁପର୍‌ ଲିଗ୍‌, ବିଗ୍‌ ବାସ୍‌ ଲିଗ୍‌, ଗ୍ଲୋବାଲ ଟି୨୦ ଲିଗ୍‌ ପରି ବିଶ୍ୱର ୧୪ଟି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି। ଅବସର ପଛରେ ଇଚ୍ଛାଶକ୍ତି କମ୍‌ ଥିବା ଡୁମିନି କହିଛନ୍ତି। ଦକ୍ଷିଣ ଆଫ୍ରିକା ପକ୍ଷରୁ ଡୁମିନି ୪୬ ଟେଷ୍ଟ, ୧୯୯ ଦିନିକିଆ ଓ ୮୧ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୧୦୩, ୫୧୧୭ ଓ ୧୯୩୪ ରନ ସଂଗ୍ରହ କରିଛନ୍ତି। ସେହିଭଳି ସେ ବିଶ୍ୱର ବିଭିନ୍ନ ଲିଗ୍‌ରେ ୯୧ ମ୍ୟାଚ୍‌ ଖେଳିଛନ୍ତି।

Share