Categories: ଜାତୀୟ

ସମସ୍ତ ସରକାରୀ ସ୍କୁଲରେ ଶନିବାର ହେବ ନୋ ବ୍ୟାଗ୍‌ ଡେ’: ଗେହଲଟ

ଜୟପୁର,୨୦।୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଗୁରୁବାର ତାଙ୍କ କାର୍ଯ୍ୟକାଳର ଦ୍ୱିତୀୟ ବଜେଟ ଉପସ୍ଥାପନ କରିଛନ୍ତି। ପ୍ରଥମେ ସେ ଦେଶର ଅର୍ଥ ବ୍ୟବସ୍ଥାକୁ ନେଇ କଥା ହୋଇଥିଲେ। ଦେଶର ଅର୍ଥ ବ୍ୟବସ୍ଥା ବିଗିଡି ଯାଇଛି ବୋଲି ସେ କହିଛନ୍ତି। ଏହାସହ ଗେହଲଟ କହିଛନ୍ତି ଏଣିକି ରାଜସ୍ଥାନର ସମସ୍ତ ସରକାରୀ ସ୍କୁଲରେ ଶନିବାର ନୋ ବ୍ୟାଗ୍‌ ଡେ’ ଘୋଷଣା କରାଯିବ। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ଉପରେ ପଡୁଥିବା ପାଠର ବୋଝ କିଛି ପରିମାଣରେ କମ୍‌ ହୋଇଯିବ। ଏହାସହ ଏଥର ବଜେଟ୍‌ରେ କୃଷି ପାଇଁ ପ୍ରାୟ ୩୪୨୦କୋଟିର ବ୍ୟୟବରାଦ ଘୋଷଣା କରିଛନ୍ତି ଗେହଲଟ। ସେହିଭଳି ସରକାରୀ କର୍ମଚାରୀଙ୍କ ମହଙ୍ଗା ଭର୍ତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇ ୧୨ ପରିବର୍ତ୍ତେ ୧୭ ପ୍ରତିଶତ ଦିଆଯିବ ବୋଲି ଘୋଷଣା କରାଯାଇଛି। ମହିଳାଙ୍କ ସଶକ୍ତି କରଣ ପାଇଁ ମଧ୍ୟ ୧୦୦ କୋଟି ଟଙ୍କା ଘୋଷଣା କରାଯାଇଛି।

Share