Categories: ଜାତୀୟ

ସମାଜକୁ ନଷ୍ଟ କରୁଛନ୍ତି ପାଠ ପଢ଼ିଥିବା ଲୋକେ: ରାଜନେତା ପାଠ ନ ପଢ଼ିଲେ ଭଲ

ଲକ୍ଷ୍ନୌ,୨୯।୧: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜେଲ୍‌ ମନ୍ତ୍ରୀ ଜୟକୁମାର ଜୈକିଙ୍କ ଏକ ମନ୍ତବ୍ୟ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜୟ କୁମାର କହିଛନ୍ତି ଯେ, ସମାଜକୁ ପାଠ ପଢ଼ିଥିବା ଲୋକେ ନଷ୍ଟ କରୁଛନ୍ତି। ତେଣୁ ରାଜନେତା ପାଠ ନ ପଢ଼ିଲେ ଭଲ। ଏକ ସଭାରେ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେ ଏଭଳି କହିଛନ୍ତି। ରାଜନେତାଙ୍କ ପାଖରେ ସଚିବମାନେ ରହିଥାନ୍ତି। ସେମାନଙ୍କର ପାଠ ପଢ଼ିବା ଅବା ନ ପଢ଼ିବା ଦ୍ୱାରା କୌଣସି ଫରକ୍‌ ପଡ଼ି ନ ଥାଏ। ଡିଗ୍ରୀ ଏବଂ ପାଠପଢ଼ା ସମ୍ପର୍କିତ ଜ୍ଞାନ ନେତାଙ୍କ କାର୍ଯ୍ୟରେ ପ୍ରଭାବ ପକାଇ ପାରି ନ ଥାଏ।

Share