Categories: ଜାତୀୟ

ସମାଜବାଦୀ ନେତାଙ୍କୁ ଗୁଳି କରି ହତ୍ୟା: ଭିଡ଼ିଓ ଭାଇରାଲ

ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ସମ୍ଭଲ ଅଞ୍ଚଳରେ ସମାଜବାଦୀ ନେତା ଏବଂ ତାଙ୍କ ପୁଅଙ୍କୁୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ବହଜୋଇ ଥାନା ଅନ୍ତର୍ଗତ ଶାମସୋଇ ଗାଁରେ ଏହି ଘଟଣା ଘଟିଛି। ମନେରଗା ଯୋଜନାରେ ହୋଇଥିବା କାମର ତଦାରଖ କରିବା ପାଇଁ ସମାଜବାଦୀ ନେତା ଛୋଟେ ଲାଲ୍‌ ଦିଓ୍ବାକର ଏବଂ ତାଙ୍କ ପୁଅ ସୁନୀଲ କୁମାର ମଙ୍ଗଳବାର ସକାଳେ ଯାଉଥିବାବେଳେ ହାତରେ ବନ୍ଧୁକ ଧରିଥିବା ୨ ଜଣ ଲୋକ ସେମାନଙ୍କୁ ସର୍ବ ସମ୍ମୁଖରେ ହତ୍ୟା କରୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ସ୍ଥାନୀୟ ପୋଲିସ ଅଧିକ୍ଷକ ଯମୁନା ପ୍ରସାଦ ସୂଚନା ଦେଇଛନ୍ତି। ଗୁଳି କରିଥିବା ଅଭିଯୁକ୍ତଙ୍କ ନାମ ସବିନ୍ଦର ବୋଲି ପୋଲିସ କହିଛି।

Share