ସମାଜରୁ ହଜି ଯାଉଛେ ଘୁବୁକୁଡୁ ନାଚ୍‌ଗାନା

ଜାମଟିକ୍ରା, ୧୭।୨ (ଡି.ଏନ୍‌.ଏ.)- କଳା, ସଂସ୍କୃତି, ପରମ୍ପରାକେ ନେଇ ପଶ୍ଚିମ ଓଡ଼ିଶା ଦେଶ୍‌, ବିଦେଶରେ ନିଜର ଗୁଟେ ଖାସ୍‌ ପରିଚଏ ସୁରୁଷ୍‌ଟି କରିପାରିଛେ। ହେଲେ ଇ ଆଧୁନିକ୍‌ ଯୁଗ୍‌ର ବିକାଶ ଧାରାରେ ପଶ୍ଚିମ ଓଡ଼ିଶାର ଅନେକ ପୁରାତନ କଳା, ସଂସ୍କୃତି ଦିନୁଦିନ୍‌କେ ଲୋପ୍‌ ପାଏବାକେ ବସୁଛେ। ବଛର ୨୦ରୁ ୩୦ଟା ତଲେ ଗଁାଗଁଲି, ସରହରମାନକେ ଯେନ୍‌ କଳା, ସଂସ୍କୃତି, ପରମ୍ପରା, ଜାନିଯାତ୍‌ରା ଦେଖ୍‌ବାକେ ମିଲୁଥିଲା ଆଏଜ୍‌କାଲି ସେଟା କଁା ଭଁା ଦେଖ୍‌ବାକେ ମିଲୁଛେ। ସରକାରୀ ପୋରଛାହନ୍‌, ସଚେତନତା ଅଭାବୁ ଅନେକ ପୁରାତନ କଳା, ସଂସ୍କୃତି ସମାଜରୁ ଉଭିଗଲାନ। ସେନ୍‌ତା ଶବର ସଂସ୍କୃତିର ଘୁବୁକୁଡୁ ନାଚ୍‌ଗାନାଟା ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ସଂଗେ ଯୁଡ଼ି ହେଇ ରହିଛେ। ଆଘ ଗଁାଖୁଲିରେ ଲୋକ୍‌ ଇ ଘୁଡ଼କା ନାଚ୍‌ଗାନା ଦେଖ୍‌ବାକେ ଠୋଲ ହେଉଥିଲେ। ହେଲେ ଆଏଜ୍‌କାଲି କଁା ଭଁା କେନ୍‌ ତରେଠୁଟେ ଇ କଳା, ସଂସ୍କୃତି ଦେଖ୍‌ବାକେ ମିଲୁଛେ। ଘୁଡ଼କା ବାଜନାଟା ଘୁବୁକୁଡ଼ୁ, କିସମୀ ଆର ଧୁଁଦୁକୁଡୁ ହିସାବେ ତିନ୍‌ ଭାଗରେ ଭାଗ ହେଇଛେ। ପୁରାନ କଥା ହିସାବେ ଶବରର ଶର ଆଘାତରେ ଭଗବାନ ଶ୍ରୀକୃଷ୍ଣକଁର ମୁର୍‌ତୁ ହେଇଥିଲା। ସେଥିରଲାଗି ସେମାନେ ଭଗବାନକଁର ନଁା ନେଇ ଅଭିଶାପ୍‌ରୁ ମୁକ୍‌ତି ପାଏବାର ଲାଗି ଘୁଡ଼କା ବଜେଇ ଲୁକ୍‌କର ମନୋରଂଜନ କରୁଥିବାର ଲୋକ୍‌ କଥା ରହିଛେ। ଇତାକେ ଘୁବୁକୁଡ଼ୁ ବଲି କହାଯାଏସି। ସେନ୍‌ତା ଆଏଜ୍‌କାଲି ମଁଚାନ୍‌ମାନକେ ଘୁଡ଼କା ନାଚ୍‌ ପଦରଶିତ୍‌ ହେଉଛେ। ଇଥ୍‌ରେ ପିଲା ଟୁକେଲ ଘୁଡ଼କା ବାଜନା ଆର ଗୀତ୍‌ର ତାଲେ ତାଲେ ନାଚ୍‌ ପଦରଶନ୍‌ କରସନ୍‌। ଇତାକେ ଆଏଜ୍‌କାଲି କିସମୀ ବଲି କୁହାଯାଉଛେ। ସେନ୍‌ତା ଧୁଁଦୁକୁଡୁମାନେ କୁଟୁମବସିଆ ଗଁା ଗଁା ବୁଲି ଗଁାଖୁଲିମାନକେ ନାଚ୍‌, ଗାନା ସଂଗେ ଖେଲ ଦେଖାସନ। ସେମାନେ ଘୁଡ଼କା ବଜେଇ ନାନା ମଜାକିଆ କଥା କହି ଲୁକ୍‌କର ମନ୍‌ମୁହିବାର ସଂଗେ ଗଁାଖୁଲିରେ ଗାତ୍‌ କୁଡ଼ି ସେଥ୍‌ରେ ନିଜର ମୁଡ଼ ତୁପ୍‌ସନ। ଇମାନକୁ କେତେ ଜାଗାରେ ମୁଡ଼ତୁପା ବଲି ବି କୁହାଯାଏସି। ହେଲେ ଆଏଜ୍‌କାଲି ଘୁଡ଼କା ବଜାଟା ଖାଲି ଉଛବ୍‌, ମହୋଛବ୍‌ମାନକେ ମଁଚାନ୍‌ ଉପରେ ଦେଖ୍‌ବାକେ ମିଲୁଛେ। ଘୁଡ଼କାଟା ପଶ୍ଚିମ ଓଡ଼ିଶାର ଶବର କଳା, ସଂସ୍କୃତି ସଂଗେ ଜଡ଼ିତ ହେଇ ରହିଛେ। ଇ କଳାକେ ବଁଚେଇ ରଖବାକେ ସରକାରୀ ପୋରଛାହନ୍‌ ସଂଗେ ଗବେଷନାର ଦରକାର ରହିଛେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା ମହୋତ୍ସବ: ମନ ଜିଣୁଛି କଳାକାରଙ୍କ ପୂର୍ବାଭ୍ୟାସ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉମାତ୍ର ଏକ ସପ୍ତାହ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପୀ ୨୦୨୬...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri