Advertisement
Categories: ଜାତୀୟ

ସମାଜ କାମରେ ଆସୁ ନ ଥିବା ପାଠପଢ଼ା ନୁହେଁ ପ୍ରକୃତ ଶିକ୍ଷା: ଉପରାଷ୍ଟ୍ରପତି

ଚଣ୍ଡିଗଡ଼,୨୯।୪: ସମାଜ କାମରେ ଆସୁ ନ ଥିବା ପାଠପଢ଼ା ପ୍ରକୃତ ଶିକ୍ଷା ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟର ଏକ ଦିକ୍ଷାନ୍ତ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଏପରି କହିଛନ୍ତି। ଉପସ୍ଥିତ ଯୁବବର୍ଗଙ୍କୁ ସେ ସୁରକ୍ଷିତ ସ୍ବାସ୍ଥ୍ୟ ରକ୍ଷା ପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ସମ୍ପ୍ରତି ଯୁବବର୍ଗ ଉଚ୍ଚଶିକ୍ଷା ପରେ ବିଦେଶ ଯାତ୍ରା କରୁଥିବା ନେଇ ଉପରାଷ୍ଟ୍ରପତି ଚିନ୍ତାପ୍ରକଟ କରିଥିଲେ। ବିଦେଶ ଯିବା ସହିତ ମାତୃଭୂମିର ସେବା ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଥିଲେ। ଦେଶରେ ସମସ୍ତ ସୁବିଧା ଥିବାବେଳେ ଯୁବବର୍ଗଙ୍କ ଏଭଳି ବ୍ରେନ୍‌ଡ୍ରେନ୍‌ ସମାଜ ଲାଗି ଉଦ୍ଦିଷ୍ଟ ନ ଥିବା ସେ କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share