Categories: ଜାତୀୟ

ସମାଜ ସୁଧାରକଙ୍କ ମଧ୍ୟରେ ମୋଦିଙ୍କ ନାଁ ଲିପିବଦ୍ଧ ହେବ: ଅମିତ୍‌ ଶାହ

ନୂଆଦିଲ୍ଲୀ,୧୮ା୮: ତିନି ତଲାକ୍‌କୁ ବିରୋଧ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ। ସେ କହିଛନ୍ତି, ଏଭଳି ଘୃଣ୍ୟ ପ୍ରଥାକୁ ହଟାଇବା ପାଇଁ କାହାର ସାହସ ନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଐତିହାସିକ ନିଷ୍ପତ୍ତି ମୁସଲମାନ ମହିଳାଙ୍କ ମୁହଁରେ ହସ ଫୁଟାଇପାରିଛି। ତେଣୁ ସମାଜ ସୁଧାରକଙ୍କ ମଧ୍ୟରେ ମୋଦିଙ୍କ ନାଁ ଲିପିବଦ୍ଧ ହେବ ବୋଲି ସେ କହିଛନ୍ତି। ତିନି ତଲାକ୍‌ ଏକ କୁପ୍ରଥା ଥିଲା। ଏହାର ଉଚ୍ଛେଦ ପରେ ମୁସଲମାନ ମହିଳାଙ୍କୁ ହକ୍‌ ମିଳିଛି। ମୋଦିଙ୍କ ସାଢ଼େ ପାଞ୍ଚ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୨୫ରୁ ଅଧିକ ଐତିହାସିକ ନିର୍ଣ୍ଣୟ ନେଇ ଦେଶକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛନ୍ତି।

Share