ସମିତି ସଭ୍ୟ ଉପନିର୍ବାଚନ: ମତଦାନ ଶେଷ

ନିମାପଡ଼ା,୨୭।୧୧(ଡି.ଏନ୍‌.ଏ.): ନିମାପଡ଼ା ବ୍ଲକ ଧନୁଅଁ। ପଞ୍ଚାୟତର ସମିତି ସଭ୍ୟ ଉପନିର୍ବାଚନ ପାଇଁ ବୁଧବାର ମତଦାନ ଶେଷ ହୋଇଛି। ପଞ୍ଚାୟତରେ ୧୬ଟି ଭୋଟ୍‌ ଗ୍ରହଣ କେନ୍ଦ୍ରରେ ୧୬ଶହ ୫୫ଜଣ ପୁରୁଷ ଓ ୧୫ଶହ ୯ଜଣ ମହିଳା ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ପ୍ରାୟ ୫୮ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ ଅଧିକାରୀ ଶ୍ରୀଧର ବିଶ୍ୱାଳ କହିଛନ୍ତି। ଗୁରୁବାର ବ୍ଲକ କାର୍ଯ୍ୟାଳୟରେ ଭୋଟ ଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ।

Share