ସମୀକ୍ଷା ହେଲେ ରଜ କୁଇନ୍‌

ତିହିଡ଼ି, ୧୫।୬ (ଡି.ଏନ.ଏ.) : ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଚଉଁରୀ ଗଁ।ରେ ଶୁକ୍ରବାର ରଜବତୀ ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଅନୁଷ୍ଠିତ ରଜ ମହୋତ୍ସବରେ ସମୀକ୍ଷା ଦାସ ରଜ କୁଇନ୍‌ ହୋଇଛନ୍ତି। ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସେ ପ୍ରଥମ ହୋଇଥିବାରୁ ତାଙ୍କୁ ରଜ କୁଇନ୍‌ କରାଯାଇଥିଲା। ରଙ୍ଗୋଲି ପ୍ରତିଯୋଗିତାରେ ୧୦ ଜଣ, କୁଇଜ୍‌ରେ ୨୫ ଓ ମେହେନ୍ଦିରେ ୧୪ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ସମୀକ୍ଷାଙ୍କୁ ରଜ କୁଇନ୍‌ ମୁକୁଟ ପିନ୍ଧାଇ ସମ୍ମାନିତ କରିଥିଲେ। ଦଧିଚୀ ସମ୍ମାନପ୍ରାପ୍ତ ଶିକ୍ଷକ ଦୀନରଞ୍ଜନ ପାଢ଼ୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ସାମାଜିକ କର୍ମୀ କୃପାସିନ୍ଧୁ ଖୁଣ୍ଟିଆ ଓ ଚକ୍ରଧର ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ରତିକାନ୍ତ ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ଏହି ଅବସରରେ କବି ନୀଳମଣି ପ୍ରଧାନଙ୍କୁ ସଙ୍ଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାନପତ୍ର ପାଠ କରିଥିଲେ ଗୋଲକ ପଣ୍ଡା। ସୁରେଶ ଦାସ, ରାଜେଶ ଦାସ, ମନ୍ମଥ ଦାସ, ଜ୍ଞାନେନ୍ଦ୍ର ଦାସ, ଶ୍ରଦ୍ଧାଞ୍ଜଳି ପଟ୍ଟନାୟକ, ପ୍ରତୀକ୍ଷା ଦାସ, ସ୍ନେହଲତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।