Categories: ଖେଳ

ସମୀର ମେମୋରିଆଲ କ୍ରିକେଟ ଉଦ୍‌ଘାଟିତ: ବ୍ଲାକ ରିୟୁନୋ ବିଜୟୀ

ବଅଁରପାଳ,୯।୬(ଡି.ଏନ.ଏ.)-ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ କ୍ଲବ ପକ୍ଷରୁ ସମୀର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ୭ ଟି ଟିମ୍‌ ଅଶଂଗ୍ରହଣ କରିଛନ୍ତି। ମୁଖ୍ୟଅତିଥି ଭାବେ ବ୍ୟବସାୟୀ ପ୍ରଦୀପ ସାମଲ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ମ୍ୟାଚ ସଦନ ଆଟାକ ଓ ବ୍ଲାକ ରିୟୁନୋ ମଧ୍ୟରେ ଖେଳାଯାଇଥିଲା। ସଦନ ଆଟାକ ପ୍ରଥମେ ବ୍ୟାଟିଂ କରି ୭୨ ରନ କରିଥିଲା। ଜବାବରେ ବ୍ଲାକ ରିୟୁନୋ ଆବଶ୍ୟକ ରନ କରି ବିଜୟୀ ହୋଇଥିଲା। ନିରଞ୍ଜନ ନାୟକ, ବିକାଶ ଗଡ଼ନାୟକ ଖେଳ ପରିଚାଳନା କରିଥିଲେ।

Share