Categories: ଖେଳ

ସମୁଦ୍ରକୂଳରେ ସମୟ ବିତାଇଲେ ବିରାଟବାହିନୀ

ନୂଆଦିଲ୍ଲୀ,୨୧।୮: ଏଠାରେ ଗୁରୁବାରଠାରୁ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ ପୂର୍ବରୁ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଓ ସପୋର୍ଟ ଷ୍ଟାଫ ଆଣ୍ଟିଗୁଆର ଜଲି ବିଚ୍‌ରେ ମଜା ନେଇଛନ୍ତି। ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସାଥୀ ଖେଳାଳି ମୟଙ୍କ ଅଗ୍ରଓ୍ବାଲ, ଯଶପ୍ରୀତ ବୁମରା, ଈଶାନ୍ତ ଶର୍ମା ଓ ରିଷଭ ପନ୍ତ, ରୋହିତ ଶର୍ମା ଓ ଲୋକେଶ ରାହୁଲ ରହିଛନ୍ତି। ଏହାର କ୍ୟାପଶନ ଦେଇଛନ୍ତି, ସମୁଦ୍ର ବେଳାଭୂମିରେ ସାଥୀ ଖେଳାଳିଙ୍କ ସହ ଚମତ୍କାର ଦିନ।

Share