ସମୁଦ୍ରରେ ଆଉ ନାହାନ୍ତି ମତ୍ସ୍ୟଜୀବୀ, ଅସୁରକ୍ଷିତ ସ୍ଥାନ ଚି଼ହ୍ନଟ: ଗଞ୍ଜାମ ଜିଲାପାଳ

ଛତ୍ରପୁର,୧୦।୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଲାଗି ସମୁଦ୍ର ଅଶାନ୍ତ ହେଉଛି। ଏ ନେଇ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ସମୁଦ୍ରରେ କେହି ମତ୍ସ୍ୟଜୀବୀ ନ ଥିବା ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏ ନେଇ ସୋମବାର ରାତିରେ ସମୀକ୍ଷା କରି ତଥ୍ୟ ସଂଗ୍ରହ କରାଯାଇଛି ସମୁଦ୍ରରୁ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ଏୟାର ଲିଫ୍ଟ କରାଯାଇଥିଲା। ଏଥିସହ ୬୦ ମତ୍ସ୍ୟଜୀବୀ ପହଁରି ପହଁରି କୂଳକୁ ଆସିଥିଲେ। ବାତ୍ୟା ନେଇ ବର୍ଷା ହେବ ବୋଲି ସୂଚନା ଆସିଛି। ପରିସ୍ଥିତି ଏବେ ନିୟନ୍ତ୍ରଣରେ ରହିଛି ଏବଂ ନଜର ରଖାଯାଇ ଥିବା ଜିଲାପାଳ କହିଛନ୍ତି । ଅସୁରକ୍ଷିତ ସ୍ଥାନ ଚି଼ହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେବା ସହ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ଜିଲାପାଳ କହିଛନ୍ତି । ବାତ୍ୟା ପରିପ୍ରେକ୍ଷୀରେ ୨ ଦିନ ଲାଗି ସମସ୍ତ ବେଳାଭୂମିକୁ ଲୋକଙ୍କୁ ଯିବା ମନା ରହିଥିବା ଜିଲାପାଳ ସୂଚନା ଦେଇଛନ୍ତି।

 

Share