ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଯୁବକ, ଉଦ୍ଧାର କାର୍ଯ୍ୟ ଜାରି

ପୁରୀ ଅଫିସ,୧୫।୧୦: ପୁରୀ ସମୁଦ୍ରରେ ସ୍ନାନ କରୁଥିବା ବେଳେ ମଙ୍ଗଳବାର ଦୁଇଜଣ ଯୁବକ ଭାସି ଯାଇଛନ୍ତି। ଅପରାହ୍ନରେ ଦିଗବାରେଣୀ ଖୁଣ୍ଟି ନିକଟ ସମୁଦ୍ରରେ କେତେଜଣ ଯୁବକ ଗାଧୋଉଥିଲେ। ସେମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶର ଅନିଲ ଶିଖରଓ୍ବାଲ ଏବଂ ବିଜୟ ପାଲ ଭାସିଯାଇଥିଲେ। ଏହାଦେଖି ସେମାନଙ୍କ ବନ୍ଧୁମାନେ ଲାଇଫଗାର୍ଡଙ୍କୁ ଜଣାଇଥିଲେ। ଲାଇଫଗାର୍ଡମାନେ ଡଙ୍ଗା ଏବଂ ଟ୍ୟୁବ୍‌ ସାହାଯ୍ୟରେ ସେମାନଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଅଗ୍ନିଶମ ଅଧିକାରୀ ଧନଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି।

Share