ସମୁଦ୍ରରେ ଛଡ଼ାଯିବ ଜାପାନର ଫୁକୁଶିମା ରେଡିଓଆକ୍ଟିଭ୍‌ ବର୍ଜ୍ୟଜଳ: ମତ୍ସ୍ୟଜୀବୀଙ୍କ ସମେତ ଚାଇନା,ଦକ୍ଷିଣ କୋରିଆ କଲେ ବିରୋଧ…

ଟୋକିଓ,୮।୭ : ଜାପାନର ଫୁକୁଶିମା ରେଡିଓଆକ୍ଟିଭ୍‌ ବର୍ଜ୍ୟଜଳ ସମୁଦ୍ରରେ ଛଡ଼ାଯିବ। ଏନେଇ ଜାତିସଂଘର ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି(ଆଇଏଇଏ)ର ଅନୁମୋଦନ ଜାପାନକୁ ମିଳିଛି। ନିୟୁତ ଟନରୁ ଅଧିକ ରେଡିଓଆକ୍ଟିଭ୍‌ ବର୍ଜ୍ୟଜଳ ଭାଙ୍ଗିଯାଇଥିବା ଫୁକୁଶିମା ଦାଇଚି ନ୍ୟୁକ୍ଲିୟର ପାଓ୍ବାର ପ୍ଲାଣ୍ଟରୁ ଛଡ଼ାଯିବ। ତେବେ ଜାତିସଂଘର ଏହି ନିଷ୍ପତ୍ତିକୁ ଜାପାନର ମତ୍ସ୍ୟଜୀବୀଙ୍କ ସମେତ ଚାଇନା,ଦକ୍ଷିଣ କୋରିଆ ଆଦି ଦେଶ ବିରୋଧ କରୁଛନ୍ତି। ଏହା ପ୍ରଦୂଷଣ ମାତ୍ରା ବୃଦ୍ଧି କରିବା ସହିତ ସାମୁଦ୍ରିକ ଜୈବ ବିବିଧତା ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି କୁହାଯାଉଛି।

ତେବେ ଆଇଏଇଏ କହିଛି ଏହା ଦ୍ୱାରା କମ୍‌ ସମସ୍ୟା ସୃଷ୍ଟି ହେବ। ଏହା ଯୋଗୁ ଅତି କମ୍‌ ତଥା ନଗଣ୍ୟ ରେଡିଓଆକ୍ଟିଭ୍‌ ସମସ୍ୟା ପରିବେଶ ଏବଂ ଲୋକଙ୍କ ମଧ୍ୟରେ ସୃଷ୍ଟି ହେବାର ଆଶଙ୍କା ରହିଛି। ସମୁଦ୍ରରେ ଛଡ଼ାଯିବାକୁଥିବା ଟ୍ରାଇଟିୟମ ଅପକ୍ଷାକୃତ ଭାବେ କ୍ଷତି କାରକ। କିନ୍ତୁ୍‌ ସମୁଦ୍ରଜାତ ଖାଦ୍ୟ ମାଧ୍ୟମରେ ମାନବ ଶରୀରରେ ପ୍ରବେଶ କରିଥାଏ। ଫଳରେ କ୍ୟାନସର ହେବାର ଆଶଙ୍କା ଥାଏ।

Share