ବାହାନଗା,୪ା୫(ଡି.ଏନ୍.ଏ.)-ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅଧୀନ ଇଞ୍ଚୁଡି ଗ୍ରାମର ୭ ଜଣ ମତ୍ସ୍ୟଜୀବୀ ଶୁକ୍ରବାର ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଝଡ଼ ତୋଫାନ ଯୋଗୁ ଡଙ୍ଗା ବୁଡ଼ି ଯାଇଥିଲା। ସେଦିନ ୫ଜଣଙ୍କୁ ଅନ୍ୟ ମତ୍ସ୍ୟଜୀବୀମାନେ ପାଣିରୁ ଉଦ୍ଧାର କରିଥିବା ବେଳେ ୨ ଜଣଙ୍କ ପତ୍ତା ମିଳି ନ ଥିଲା। ସୋମବାର ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାମ ଗୌରାଙ୍ଗ ଦଳେଇ(୫୫)। ନିଖୋଜ ମତ୍ସ୍ୟଜୀବୀ ହେଲେ ସନ୍ତୋଷ ମଳିକ।