ସମୁଦ୍ରରେ ବୁଡ଼ିଯାଉଥିବା ଦୁଇ ପର୍ଯ୍ୟଟକ ଉଦ୍ଧାର

ପୁରୀ ଅଫିସ,୨୦।୧୦: ସମୁଦ୍ରରେ ବୁଡ଼ିଯାଉଥିବା ବେଳେ ଦୁଇ ପର୍ଯ୍ୟଟକ ରବିବାର ଉଦ୍ଧାର ହୋଇଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗର ସନ୍ଧ୍ୟା କୁଣ୍ଡୁ ଓ ଟାଟା ନଗର ସେକ୍ଟର ୨ର ରୀନା ସିହ୍ନା। ସମୁଦ୍ର ସ୍ନାନ ସମୟରେ ହଠାତ୍‌ ଏକ ବଡ଼ଧରଣର ଲହଡ଼ି ଆସିବାରୁ ଉଭୟ ବୁଡ଼ି ଯାଉଥିଲେ। ତେବେ ଅଗ୍ନିଶମ ବିଭାଗ ଓ ଲାଇଫ ଗାର୍ଡ ସେମାନଙ୍କୁ ଉଦ୍ଧାର କରି ଜିଲା ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଉଭୟଙ୍କ ଗୋଡ଼ରେ ଆଘାତ ଲାଗିଛି।