ସମୁଦ୍ରରେ ଭାସିଗଲେ ୫ ଛାତ୍ର: ୪ ଉଦ୍ଧାର, ଜଣେ ନିଖୋଜ

ବାଲିଆପାଳ,୧୮।୧୧(ସ୍ବ.ପ୍ର.): ବାଲେଶ୍ୱର ଜିଲା ଡଗରା ବେଳାଭୂମିରେ ଜାମୁସୁଳି କଲେଜର ୫ ଛାତ୍ର ଗାଧୋଉଥିବା ସମୟରେ ସୋମବାର ସମୁଦ୍ରରେ ଭାସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ବେଳେ ସିଂଲା ଥାନା ଅଧୀନ ସାନ ଅସ୍ତି ଗ୍ରାମର ଅଭୟ ମହାନ୍ତିଙ୍କ ପୁଅ ଅନୁଭବ ନିଖୋଜ ଅଛନ୍ତି। ଖବରପାଇ ବାଲିଆପାଳ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ବାଲିଆପାଳ ଆଇଆଇସି ବିମଲ କୁମର୍‌ ନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।

Share