Advertisement
Categories: ଜାତୀୟ

ସମୁଦ୍ରରେ ୪ କି.ମି. ପର୍ଯ୍ୟନ୍ତ ଭାସି ଯାଇଥିବା ଯୁବକଙ୍କୁ ଉଦ୍ଧାର କଲେ କୋଷ୍ଟଗାର୍ଡ

ପଣଜୀ,୧୪।୬: ଗୋଆର ପ୍ରସିଦ୍ଧ କାବୋ ଡେ ରାମା ସମୁଦ୍ରରେ ଭାସିଯାଉଥିବା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି ଭାରତୀୟ ତଟରକ୍ଷୀ ଟିମ୍‌। ଉଦ୍ଧାର ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଜଣେ ଯୁବକ(୨୦) ସମୁଦ୍ର କୂଳରେ ଥିବା ବେଳେ ହଠାତ୍‌ ଏକ ବଡ଼ ଢ଼େଉ ଆସି ତାଙ୍କୁ ପାଣି ଭିତରୁକୁ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ନେଇଯାଇଥିଲା। ଯୁବକ ଜଣଙ୍କ ପହଁରା ଶିଖିଥିବା ବେଳେ ସମୁଦ୍ର ଢ଼େଉର ବେଗ ଏତେ ପ୍ରଖର ଥିଲା ଯେ ସେଠାରୁ ସେ ଆଉ ବାହାରିପାରିନଥିଲେ। ଏହାପରେ ସମୁଦ୍ର କୂଳରେ ରହିଥିବା କୋଷ୍ଟଗାର୍ଡ ଟିମ୍‌ ହେଲିକେପ୍ଟର ସାହାଯ୍ୟରେ ପାଣିରେ ରଶି ପକାଇ ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ବାତ୍ୟା ‘ବାୟୁ’ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ଯୋଗୁ ଭିତରକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share