ନ୍ୟୁୟର୍କ,୨୯।୭: ସମୁଦ୍ରର କୁଶଳୀ ଶିକାରୀ ଶାର୍କ ମାଛ ଉପରେ ଏବେ ବିପଦ ଘନଉଛି। ଅତ୍ୟଧିକ ମାଛ ଧରିବା ଯୋଗୁ ଶାର୍କ ମାଛ ପାଇଁ ଖାଦ୍ୟର ଅଭାବ ଦେଖାଦେଇଛି। ଏନେଇ ୨୬ଟି ଦେଶର ୧୫୦ରୁ ଅଧିକ ପ୍ରାଣୀବିଜ୍ଞାନୀ ଉପଗ୍ରହ ସହାୟତାରେ ଶାର୍କଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ଉପରେ ଗବେଷଣା ଜାରି ରଖିଛନ୍ତି। ଇତିମଧ୍ୟରେ ୨ ହଜାରରୁ ଅଧିକ ଶାର୍କ ଉପରେ ଅନୁଧ୍ୟାନ କରାଯାଇଥିବା ମିଆମି ବିଶ୍ୱବିଦ୍ୟାଳୟର ପ୍ରଫେସର ଡେଭିଡ୍ ସିମ୍ସ୍ ସୂଚନା ଦେଇଛନ୍ତି। ସମୁଦ୍ରରେ ଶାର୍କ ସଂଖ୍ୟା କମିବା ପରିବେଶ ସନ୍ତୁଳନ ବିଗାଡ଼ିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି। ତେଣୁ ଶାର୍କଙ୍କ ସଂଖ୍ୟା ବୃଦ୍ଧି ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।