ସମୁଦ୍ର ଅଶାନ୍ତ: ବେଳାଭୂମିରେ ଲାଗିଲା ନାଲି ପତାକା

ପୁରୀ ଅଫିସ, ୨୪ା୧୦: ଲଘୁଚାପ ଯୋଗୁ ପୁରୀ ସମୁଦ୍ର ଅଶାନ୍ତ ରହିଛି। ସାଧାରଣ ଦିନ ଅପେକ୍ଷା ଉଚ୍ଚ ଜୁଆର ଆସୁଛି। ଏହାକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବେଳାଭୂମିର ୧ ନଂରୁ ୧୨ ନଂ. ଜୋନ ପର୍ଯ୍ୟନ୍ତ ରେଡ୍‌ ଫ୍ଲାଗ ଲଗାଯାଇଥିବା ବେଳେ ଡାକବାଜି ଯନ୍ତ୍ର ଯୋଗେ ପର୍ଯ୍ୟଟକଙ୍କୁ ସତର୍କ କରାଯାଇଛି। ସେହିପରି ଲାଇଫ୍‌ଗାର୍ଡମାନେ ବେଳାଭୂମିରେ ତୀକ୍ଷ୍ଣ ନଜର ରଖିଥିବାବେଳେ ସମୁଦ୍ରରେ ସ୍ନାନ ନ କରିବାକୁ ପର୍ଯ୍ୟଟକମାନଙ୍କୁ ପରାମର୍ଶ ଦେଇଥିଲେ। ଫଳରେ ସେମିତି କୌଣସି ଅଘଟଣ ହୋଇ ନ ଥିବା ଲାଇଫ୍‌ଗାର୍ଡ ଅଧିକାରୀ ଧନଞ୍ଜୟ ମଲ୍ଲିକ କହିଛନ୍ତି ।