ସମୁଦ୍ର ଭିତରେ ବୋଇଂ ବିମାନ ବ୍ୟବହାର କରି ଥିମ୍‌ ପାର୍କ କରିବ ବାହାରିନ

ମନାମା,୧୪।୬: ପର୍ଯ୍ୟଟନ କ୍ଷେତ୍ରରେ ଏକ ସ୍ବତନ୍ତ୍ର ପରିଚୟ ପାଇଁ ବାହାରିନ ସରକାର ଏବେ ଏକ ନୂଆ ଉପାୟ ଆପଣେଇବାକୁ ଯାଉଛନ୍ତି। ଏଠାକାର ସରକାର ଆସନ୍ତା ଅଗଷ୍ଟରେ ସମୁଦ୍ର ମଧ୍ୟରେ ବୋଇଂ ବିମାନ ବ୍ୟବହାର କରି ଥିମ୍‌ ପାର୍କ ଖୋଲିବାକୁ ଯୋଜନା ରଖିଛନ୍ତି। ଏଥିପାଇଁ ଏକ ଲକ୍ଷ ବର୍ଗ କିଲୋମିଟର କ୍ଷେତ୍ରରେ ଏହି ଥିମ୍‌ ପାର୍କ ୭୦ ମିଟର ଲମ୍ବା ବୋଇଂ ୭୪୭ ବିମାନକୁ ସ୍ଥାପନ କରାଯିବ। ତେବେ ସମୁଦ୍ରରେ ବୁଡାଇବା ପୂର୍ବରୁ ବିମାନଟିକୁ ସ୍ବତନ୍ତ୍ର ଭାବେ ତିଆରି କରାଯିବ। ଏଥିରେ ପରିବେଶ ଅନୁକୂଳ ଜିନିଷ ବ୍ୟବହାର କରାଯିବା ସହ ଏହାର ଡାଇଓ୍ବିଙ୍ଗ ସାଇଟରେ ବାହାରିନ ମୋତିର ବ୍ୟବସାୟ ମଧ୍ୟ କରାଯିବ।

Share