ସମ୍ପତ୍ତି ଜବରଦଖଲ ଅଭିଯୋଗ : ଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନରେ ବସିଲେ ମହିଳା

ବରଗଡ଼ ଅଫିସ,୫।୮: ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ବସେକେଲା ଗ୍ରାମର କେତେକ ଲୋକେ ଜଣେ ମହିଳାଙ୍କ ପୈତୃକ ସମ୍ପତ୍ତି ଜବରଦଖଲ କରିଥିବା ଅଭିଯୋଗ ହୋଇଛି। ତେବେ ଏ ନେଇ ସୌକି ମେଲ୍ଲୀ ନାମକ ଜଣେ ମହିଳା ବାରମ୍ବାର ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ଫେରାଦ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ସୋମବାର ସେ ବରଗଡ଼ ଜିଲାପାଳ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି। ତାଙ୍କ ସହ ସମ୍ପର୍କୀୟ ବଳରାମ ବେହେରା ଏବଂ ଲୋକନାଥ ବାଗ୍‌ ପ୍ରମୁଖ ସାମିଲ ଅଛନ୍ତି।

Share