Categories: ଜାତୀୟ

ସମ୍ପର୍କରେ ଲାଗିଲା ରକ୍ତର ଛିଟା: ଦୀପାବଳିରେ ଟ୍ରିପଲ୍‌ ମର୍ଡ଼ର

ପାଟନା,୨୮।୧୦: ବିହାରରେ ଦୀପାବଳିରେ ରକ୍ତ ସମ୍ପର୍କରେ ରକ୍ତର ଛିଟା ଲାଗିଛି। ସ୍ଥାନୀୟ ବେଗୁସରାଇରେ ଟ୍ରିପଲ୍‌ ମର୍ଡ଼ର ଘଟିଛି। ଭାଇଙ୍କ ଗୁଳିରେ ଭାଇ-ଭାଉଜ ଏବଂ ଝିଆରୀଙ୍କ ମୃତ୍ୟୁ ହୋଇଛି। ଦୀପାବଳି ସନ୍ଧ୍ୟାରେ ସିଙ୍ଗୌଳ ଥାନା ଅନ୍ତର୍ଗତ ମଚହା ଗାଁରେ କୁଣାଳ ସିଂ, ତାଙ୍କ ସ୍ତ୍ରୀ କାଞ୍ଚନ ଏବଂ ଝିଅ ସୋନମ୍‌ କୁମାରୀଙ୍କୁ ବିକାଶ ସିଂ କିଛି ସାଙ୍ଗଙ୍କ ସହିତ ମିଶି ହତ୍ୟା କରିଛନ୍ତି। ଦୁଇ ପୁତୁରା ଶିବମ୍‌ କୁମାର ଏବଂ ଶୁଭମ୍‌ କୁମାରଙ୍କୁ ଗୁଳି କରିବା ପାଇଁ ବିକାଶ ଗୋଡ଼ାଇଥିଲେ। ତେବେ ଗୁଳି ଶେଷ ହୋଇଯିବାରୁ ପୁତୁରା ଦୁହେଁ ବଞ୍ଚିଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ତଦନ୍ତ ଜାରି ରହିଛି। ବିକାଶ ପୂର୍ବରୁ ନିଜ ଦାଦା ଏବଂ ଖୁଡ଼ିଙ୍କୁ ମଧ୍ୟ ହତ୍ୟା କରିସାରିଛନ୍ତି। ଏକ ଡକାୟତି ମାମଲାରେ ସେ ଜାମିନ୍‌ରେ ଜେଲ୍‌ରୁ ଆସି ଏଭଳି କାଣ୍ଡ ଭିଆଇଥିବା ପୋଲିସ କହିଛି।

Share