Categories: ଜାତୀୟ

ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ନିଆଁ

ନୂଆଦିଲ୍ଲୀ, ୫ା୯(ପି.ଟି.): ଦରଭଙ୍ଗା-ନୂଆଦିଲ୍ଲୀ ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ମୁତାବକ ରାତି ୧୦ଟାରେ ପ୍ରଥମେ ଗୋଟିଏ ସ୍ଲିପର କୋଚରେ ନିଆଁ ଲାଗିଥିଲା। ଦମକଳ ବାହିନୀର କର୍ମଚାରୀ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ସହଯୋଗ କରିଥିଲେ। ସଙ୍ଗେସଙ୍ଗେ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇ ନିଆଁକୁ ଆୟତ କରାଯାଇଥିଲା। ତେବେ କିଭଳି ନିଆଁ ଲାଗିଲା ଓ ଏହାଦ୍ୱାରା କେତେ ଯାତ୍ରୀ ମୃତାହତ ହୋଇଛନ୍ତି, ସେ ସମ୍ପର୍କରେ କୌଣସି ରିପୋର୍ଟ ହସ୍ତଗତ ହୋଇପାରି ନାହିଁ।

Share