Pravasi Bharati Divas Official Logo by Debasish Sarkar
୧୯୧୫ ମସିହା ୯ ଜାନୁୟାରୀରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ଫେରିଥିଲେ। ଏହି ଦିବସକୁ ସ୍ମରଣ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନକୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରାଯାଉଛି। ୨୦୦୩ରୁ ଏହି ଦିବସ ପ୍ରଥମେ ଦିଲ୍ଲୀରେ ପାଳନ କରାଯାଇଥିଲା। ସେବେଠାରୁ ଏହା ପ୍ରତିବର୍ଷ ପାଳନ କରାଯାଉଛି। ଏହି ଦିବସରେ ପ୍ରବାସୀ ଭାରତୀୟମାନେ ଭାରତ ପ୍ରତି ସେମାନଙ୍କ ଭାବନା ଅଭିବ୍ୟକ୍ତ କରିବାର ସୁଯୋଗ ପାଉଛନ୍ତି। ଦେଶବାସୀଙ୍କ ସହିତ ସକାରାତ୍ମକ ଆଲୋଚନା କରିବା ଲାଗି ଏକାଠି ହେଉଛନ୍ତି ଉକ୍ତ ଦିବସରେ।
ବିଶ୍ୱର ୪୮ଟି ଦେଶରେ ପ୍ରବାସୀ ଭାରତୀୟଙ୍କ ସଂଖ୍ୟା ପ୍ରାୟ ୨ କୋଟି ଊଦ୍ଧ୍ୱର୍ର୍। ଏମାନଙ୍କ ମଧ୍ୟରୁ ୧୧ଟି ଦେଶରେ ୫ ଲକ୍ଷରୁ ବେଶି ସେହି ଦେଶର ଜନସଂଖ୍ୟାର ଏକ ପ୍ରମୁଖ ଅଂଶ ପାଲଟିଛନ୍ତି ଏବଂ ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଏହି ସବୁ ଦେଶରେ ଏମାନଙ୍କର ଆର୍ଥିକ, ଶିକ୍ଷାଗତ ଓ ବ୍ୟବସାୟିକ ଦକ୍ଷତାର ଭିତ୍ତିଭୂମି ଖୁବ୍ ମଜଭୂତ । ବିଶ୍ୱରେ ୧୧୦ଟି ଦେଶରେ ପ୍ରବାସୀ ଭାରତୀୟମାନଙ୍କ ନେଟ୍ଓ୍ବର୍କ ମଧ୍ୟ ରହିଛି। ଭାରତ ସହ ଅନ୍ୟ ଦେଶମାନଙ୍କର ମଧୁର ସମ୍ପର୍କ ଗଢ଼ିବାରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକା ସମ୍ପର୍କରେ ଏହି ଦିବସରେ ଲୋକମାନଙ୍କୁ ଅବଗତ କରିବାର ସୁଯୋଗ ପ୍ରାପ୍ତ ହୁଏ। ମୁଖ୍ୟତଃ ଭାରତର ଯୁବପିଢିଙ୍କୁ ପ୍ରବାସୀ ଭାରତୀୟଙ୍କ ସହ ଯୋଡିବାରେ ଏହି ଦିବସ ମୁଖ୍ୟ ଭୂମିକା ନିଭାଇଥାଏ। ଏହି ଅବସରରେ ବିଦେଶରେ ଭାରତୀୟ ଶ୍ରମଜୀବୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ବିଷୟରେ ବିଚାର ବିମର୍ଶ କରାଯାଏ। ଏହି ଦିବସରେ ଭାରତ ସରକାରଙ୍କ ପକ୍ଷରୁ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରବାସୀ ଭାରତୀୟ ସମ୍ମାନ ପ୍ରଦାନ କରାଯାଏ। ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କ କ୍ଷେତ୍ରରେ ଅସାଧାରଣ ଯୋଗଦାନ ପାଇଁ ଏହା ପ୍ରଦାନ କରାଯାଏ।