ସମ୍ପାଦକୀୟ/ପଇସା ଦେଲେ ପାଠ

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ଭାରତର ଅନ୍ୟତମ ପ୍ରମୁଖ ଶିକ୍ଷା କେନ୍ଦ୍ର ଭାବେ ଜଣାଶୁଣା। ସାମାଜିକ, ଅର୍ଥନୈତିକ ଏବଂ ବୌଦ୍ଧିକ ବିଷୟବସ୍ତୁକୁ ନେଇ ଯେତେବେଳେ ଦେଶବ୍ୟାପୀ ହୁରି ପଡ଼ିଥାଏ, ସେତେବେଳେ ଏଠାକାର ଛାତ୍ରୀଛାତ୍ର ଓ ଗବେଷକମାନେ ବିତର୍କରେ ଭାଗ ନେଇ ପ୍ରଗତିଶୀଳ ଚିନ୍ତାଧାରା ଦେଇଥାଆନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ମେଧାବୀ ଛାତ୍ରଙ୍କ ସମାଗମ ହେଉଥିବାରୁ ଏଠାକାର ଶୈକ୍ଷିକ ବାତାବରଣ ଅନ୍ୟ ବିଶ୍ୱବିଦ୍ୟାଳୟ ପାଇଁ ଉଦାହରଣ ପାଲଟିଥାଏ। ହେଲେ କିଛି ବର୍ଷ ହେବ ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ର ମୁକ୍ତ ବାତାବରଣକୁ ସଙ୍କୁଚିତ କରିବା ଲାଗି ପ୍ରୟାସ ଚାଲିଛି। ସରକାରୀ ବ୍ୟବସ୍ଥା ବିରୋଧରେ ସ୍ବର ଉଠାଇଲେ ତାହାକୁ ଦବାଇ ଦେବା ସକାଶେ ପଦକ୍ଷେପ ନିଆଯାଉଛି। ନିକଟରେ ଏହି ବିଶ୍ୱବିଦ୍ୟାଳୟର ହଷ୍ଟେଲ ଫି’ ଅତ୍ୟଧିକ ମାତ୍ରାରେ ବୃଦ୍ଧି ପାଇଥିବାରୁ ତାହାର ପ୍ରତିବାଦ କରି ଜେଏନ୍‌ୟୁ ଛାତ୍ର ସଂସଦ ୨୩ ଦିନ ଧରି ପ୍ରତିବାଦ କରିଆସୁଛି। ୧୮ ନଭେମ୍ବରରେ ଛାତ୍ରମାନେ ପାର୍ଲାମେଣ୍ଟ ଆଡ଼କୁ ମାଡ଼ିଯିବାରୁ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଛି। ୧୦୦ ଛାତ୍ରଙ୍କୁ ଅଟକ ରଖାଯିବା ଓ କେତେକେ ଆହତ ହୋଇଥିବାରୁ ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ ଦେଶବ୍ୟାପୀ ଚର୍ଚ୍ଚା ଧରିଛି। ସୋସିଆଲ ସାଇଟ୍‌ ବିଶେଷକରି ମାଇକ୍ରୋବ୍ଲଗିଂରେ ‘ଏମର୍ଜେନ୍ସି ଇନ୍‌ ଜେଏନ୍‌ୟୁ’ ଏବେ ଟ୍ରେଣ୍ଡିଂ ହୋଇଛି। ଏଭଳିସ୍ଥଳେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଉକ୍ତ ପ୍ରସଙ୍ଗକୁ ଠିକ୍‌ ଭାବେ ସମାଧାନ କରିପାରୁ ନ ଥିବାରୁ ବିବାଦ ବଢ଼ିବାରେ ଲାଗିଛି।
ଜଏନ୍‌ୟୁରେ ଅଧ୍ୟୟନରତ ପ୍ରାୟ ୪୦ ପ୍ରତିଶତରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗରିବ ପରିବାରରୁ ଆସିଥାଆନ୍ତି। ସେମାନଙ୍କ ହଷ୍ଟେଲ ଫି ଅତ୍ୟଧିକ ବୃଦ୍ଧି ପାଇବା ନିଶ୍ଚିତ ଭାବେ ଚିନ୍ତାଜନକ। ନୂଆ ମାନୁଆଲରେ ଡାଇନିଂ ହଲ୍‌କୁ ଛାତ୍ରମାନେ ଯିବା ଲାଗି ଡ୍ରେସ୍‌ କୋଡ୍‌ କରାଯାଇଛି। ପୂର୍ବରୁ ସର୍ଭିସ ଚାର୍ଜ ନ ଥିଲା, ଏବେ ତାହା ୧୭୦୦ ଟଙ୍କା ହୋଇଛି। ସେହିଭଳି ଆନୁଷଙ୍ଗିକ ଖର୍ଚ୍ଚ ବଢ଼ାଇ ଦିଆଯାଇଥିବାରୁ ଜଣେ ଛାତ୍ରକୁ ମାସିକ ସର୍ବନିମ୍ନ ୧୨,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ରାତି ସାଢ଼େ ୧୧ ପୂର୍ବରୁ ସେମାନେ ହଷ୍ଟେଲ ଫେରିବା ଆଦି କଟକଣା କରାଯାଇଥିବାରୁ ଛାତ୍ର ସଂସଦ ଏହାର ପ୍ରତିବାଦ କରିଛି। ଛାତ୍ରୀଛାତ୍ରମାନଙ୍କ ଯୁକ୍ତି ହେଉଛି, ଜେଏନ୍‌ୟୁ ହେଉଛି ହ୍ୟୁମାନିଟିଜ୍‌ ବା ମାନବବାଦୀ ବିଷୟବସ୍ତୁ ଉପରେ ଆଧାରିତ ପାଠ୍ୟକ୍ରମରେ ଗବେଷଣା କରିବା ଲାଗି ଦେଶର ଏକ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟ। ତେଣୁ ସେଠାକାର ପାଠାଗାର ୨୪ ଘଣ୍ଟା ଅଧ୍ୟୟନ ପାଇଁ ଖୋଲାଯିବା ଦରକାର। ସେମାନେ ନିିରାପତ୍ତା ଲାଗି ସିକ୍ୟୁରିଟି ଫି ମଧ୍ୟ ଦେଉଛନ୍ତି। ଯଦି ସାଢ଼େ ୧୧ଟା ପୂର୍ବରୁ ସେମାନଙ୍କୁ ହଷ୍ଟେଲ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯିବ, ତେବେ ଗବେଷଣା କାର୍ଯ୍ୟରେ ତାହା ବ୍ୟାହତ ସୃଷ୍ଟି କରିବ।
ସାମାଜିକ ଭିତ୍ତିଭୂମିର ସର୍ବାଗ୍ରେ ରହିଛି ଶିକ୍ଷା। ତେଣୁ ଏହାର ବ୍ୟାପକ ପ୍ରସାର ଓ ଗୁଣବତ୍ତା ବୃଦ୍ଧି ଲାଗି ସରକାରଙ୍କ ଗୁରୁଦାୟିତ୍ୱ ଅଛି। କିନ୍ତୁ ଯେଭଳି ଭାବେ ଶିକ୍ଷାର ଘରୋଇକରଣ କରାଯାଉଛି, ସେଥିରୁ ବୁଝିବାକୁ ହେବ ଯେ ସାର୍ବଜନୀନ ଶିକ୍ଷା ତା’ର ମୌଳିକତା ହରାଇବସୁଛି। ନୂଆ ଶିକ୍ଷାନୀତିରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧିକ ସ୍ପନ୍‌ସର୍ଡ ବା ପ୍ରାୟୋଜିତ ପାଠ୍ୟକ୍ରମକୁ ପ୍ରାଧାନ୍ୟ ଦିଆଯାଇଛି। ଅର୍ଥାତ୍‌ ଛାତ୍ରୀଛାତ୍ରଙ୍କୁ ସେଭଳି ପାଠ ପଢ଼ିବା ଲାଗି ପର୍ଯ୍ୟାପ୍ତ ଅର୍ଥ ଦେବାକୁ ପଡ଼ିବ। ତେଣୁ ଗରିବ ତଥା ମେଧାବୀ ପିଲାମାନେ ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେବେ। ଏକ ଜନମଙ୍ଗଳ ରାଷ୍ଟ୍ରରେ ସଭିଁଙ୍କ ହିତକୁ ଗୁରୁତ୍ୱ ଦିଆଯିବା ଉଚିତ। ଶୁଣିବାକୁ ମିଳୁଛି, ସରକାରୀ ପାଣ୍ଠି ଦ୍ୱାରା ଚାଲୁଥିବା ଜେଏନ୍‌ୟୁ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସରକାର ଆର୍ଥିକ ଅନୁଦାନ ଦେବାକୁ ଚାହୁଁନାହାନ୍ତି। ଏହା ପରିବର୍ତ୍ତେ ଋଣ ଭଳି ଅର୍ଥ ଯୋଗାଇ ଦେଇ ପରବର୍ତ୍ତୀ ସମୟରେ ତାହାକୁ ବିଶ୍ୱବିଦ୍ୟାଳୟ କିଭଳି ଶୁଝିପାରିବ ସେଥିଲାଗି ଚିଠା ପ୍ରସ୍ତୁତ କରୁଛି। ଏକ ବିଶ୍ୱବିଦ୍ୟାଳୟକୁ ଯଦି ରାଜସ୍ବ ଆଦାୟର ଏକ କେନ୍ଦ୍ର ଭାବେ ସରକାର ଦେଖିବେ, ତେବେ ଛାତ୍ରମଙ୍ଗଳ, ଶୈକ୍ଷିକ ବାତାବରଣ ଓ ଗବେଷଣା କାର୍ଯ୍ୟ ଢେର ପଛକୁ ଚାଲିିଯିବ। କାରଣ ପର୍ଯ୍ୟାପ୍ତ ଅର୍ଥ ଦେଇ ପାଠ ପଢ଼ିବା ଲାଗି ସିଟ୍‌ ପାଉଥିବା ଛାତ୍ରମାନେ ସମସ୍ତେ ମେଧାବୀ ନୁହନ୍ତି। ବହୁ ଗରିବ ଛାତ୍ର ଅଛନ୍ତି, ଯେଉଁମାନେ ଉପଯୁକ୍ତ ଶିକ୍ଷା ପାଇପାରୁ ନାହାନ୍ତି। ଦେଖିବାକୁ ଗଲେ କର୍ପୋରେଟ୍‌ କ୍ଷେତ୍ର ବା ବଡ଼ବଡ଼ ଶିଳ୍ପପତିଙ୍କୁ ହଜାର ହଜାର କୋଟି ଟଙ୍କାର ପ୍ୟାକେଜ ଦିଆଯାଉଛି। ହେଲେ ଗରିବ ପିଲା ପାଇଁ ସରକାର ଖର୍ଚ୍ଚ କରିବାକୁ କୁଣ୍ଠିତ। ମହାବିଦ୍ୟାଳୟ ବା ବିଶ୍ୱବିଦ୍ୟାଳୟରୁ ଉତ୍ତମ ମାନବ ସମ୍ବଳ ବାହାରି ଦେଶକୁ ଉନ୍ନତି ପଥରେ ଆଗେଇ ନେଇଥାଆନ୍ତି। ଏବେ ସରକାରଙ୍କ ବିପରୀତ ପଦକ୍ଷେପ ଭାରତକୁ ପଛେଇ ନେବାର ସଙ୍କେତ ଦେଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

ଗଡ଼ଜାତ ଗାନ୍ଧୀ ସାରଙ୍ଗଧର

ଙ୍କାନାଳ-ପଶ୍ଚିମ କଟକ ଯୁଗ୍ମ ଲୋକ ସଭା ନିର୍ବାଚନମଣ୍ଡଳୀର ପ୍ରଥମ ସାଂସଦ ତଥା ଗଡ଼ଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ଆଜି ୫୭ତମ ପୁଣ୍ୟତିଥି। ଭାରତବର୍ଷର ପ୍ରଥମ ସାମ୍ବିଧାନିକ...

ସମବାୟରେ ଅର୍ଥନୈତିକ ସମାନତା

କୌଣସି ଦେଶ ସ୍ବାଧୀନ ହେବା ପରେ ଯେଉଁ ଅର୍ଥନୈତିକ ବିକାଶ ଘଟେ ତାହା ଦେଶର ରାଜନୈତିକ ସ୍ଥିତି ଅନୁସାରେ ପରିଗଣିତ ହୁଏ। କିଏ ପୁଞ୍ଜିବାଦ ଚାହେଁ...

ସହାନୁଭୂତି ହ୍ରାସ

୨୦୨୧ରେ ତାଲିବାନ୍‌ ଦ୍ୱିତୀୟ ଥର ଆଫଗାନିସ୍ତାନରେ କ୍ଷମତା ଦଖଲକରିବା ପରେ ମହିଳାଙ୍କ ଅଧିକାର ଛଡ଼ାଇନେବା ସହ ଏବେ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ବନ୍ଦ କରିଦେଇଛି। ଏହି...

ଏଇ ଭାରତରେ

ବାୟୋଫର୍ଟିଫାଏଡ ସିଡ୍‌ସ ବା ମଞ୍ଜି ଅର୍ଥାତ୍‌ ଏହି ମଞ୍ଜିକୁ ବ୍ୟବହାର କରି ଯେଉଁ ଶସ୍ୟ ଉପତ୍ାଦନ କରାଯାଏ ସେଥିରେ ଆଇରନ, ଜିଙ୍କ୍‌, ମାଙ୍ଗାନିଜ, କପର ଆଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri