ସମ୍ପୂର୍ଣ୍ଣ ବିଶୋଧନ ହେଲା ଚୌଦ୍ୱାର ଜେଲ୍‌

ଚୌଦ୍ୱାର,୧୫।୪(ଡି.ଏନ୍‌.ଏ.): କରୋନା ଭଳି ଭୁତାଣୁ ଜନୀତ ରୋଗରୁ ମୁକ୍ତି ପାଇବା ପାଇଁ ସାରା ବିଶ୍ୱ ଆଜି ଉଦ୍‌ବେଗ ଜନିତ ସ୍ଥିତିରେ ଗତିକରୁଛି। କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରା୍ଯଯ ସରକାର ପର୍ଯ୍ୟନ୍ତ ଭୁତାଣୁ ରୋକିବା ଦିଗରେ ସଚେତନାହଁି ଏକମାତ୍ର ବିକଳ୍ପ ବୋଲି ବାରମ୍ବାର ଚେତାବନୀ ଦେଉଛନ୍ତି। ଏଥି ସହିତ ସଂକ୍ରମଣ ନ ବ୍ୟାପିବା ପାଇଁ ସାମାଜିକ ଦୂରତା ସହିତ ନିଜ ଅଞ୍ଚଳର ପରିବେଶ ଓ ସାନିଟାଇଜେସନ୍‌ ଉପରେ ଗୁରୁତ୍ୱ ଦେବାପାଇଁ ରାଜ୍ୟ ସରକାର ବିଭିନ୍ନ ଜିଲା ତଥା ପୌରପାଳିକା ଆଦିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ କଟକ ଜିଲା ଚୌଦ୍ୱାରସ୍ଥିତ ସର୍କଲ ଜେଲକୁ ବୁଧବାର ସଂପୁର୍ଣ୍ଣ ଭାବେ ବିଶୋଧନ କରାଯାଇଥିବା ଚୌଦ୍ୱାର ଅଗ୍ନିଶମ ବିଭାଗ ସୁତ୍ରରୁ ଜଣାପଡିଛି। ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ସମସ୍ତ କଏଦୀ ୱାର୍ଡ, କାର୍ଯ୍ୟାଳୟ ଓ ଜେଲ ପରିସରକୁ ବିଶୋଧନ କରାଯାଇଥିଲା। ଏନେଇ ଚୌଦ୍ୱାର ସର୍କଲ ଜେଲ ସୁପରିଟେଣ୍ଡେଟ୍‌ ଶୁଭ୍ରକାନ୍ତ ମିଶ୍ର ଚୌଦ୍ୱାର ପୌର ନିର୍ବାହୀ ଅଧିକାରୀ ଓ ଅଗ୍ନିଶମ ବିଭାଗ କତୃପକ୍ଷଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ। କଟକ ଏଏଫ୍‌ଓ ଅବନୀକାନ୍ତ ସ୍ବାଇଁ,ଚୌଦ୍ୱାର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଜୟମଙ୍ଗଲ୍‌ ଦୀପ୍‌ ସ୍ବାଇଁ, କର୍ମଚାରୀ ଚିତ୍ତ ରଞ୍ଜନ ପଟ୍ଟନାୟକ, ଡି.କେ.ସିଂ, ଏମ୍‌.କେରେକେଟା ଓ କେ.ଦାସ ପ୍ରମୁଖ ୨୦ ଏକର ପରିମିତ ଚୌଦ୍ୱାର ଜେଲକୁ ବିଶୋଧନ କରିଥିଲେ।

ସୁଚନାଯୋଗ୍ୟ, ବର୍ତ୍ତମାନ ଚୌଦ୍ୱାର ଜେଲରେ ୮୯୦ ଜେଲ ଅନ୍ତେବାସୀ ଥିବାବେଳେ ସେଥି ମଧ୍ୟରୁ ୪୦ ଜଣ ଜେଲ ପରିସରରେ ଥିବା ଆଇସୋଲେସନ ୱାର୍ଡରେ ରଖାଯାଇଥିବା ମିଶ୍ର ସୁଚନା ଦେଇଛନ୍ତି। ଏଥିସହିତ ମହିଳା ଅନ୍ତେବାସୀଙ୍କ ପାଇଁ ୨ଟି ଆଇସୋଲେଶନ ୱାର୍ଡର ବ୍ୟବସ୍ଥା କରାଯାଇଥିବା ସେ କହିଥିଲେ।

Share