Categories: ଖେଳ

ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ ଏହି କ୍ରିକେଟର୍‌, କହିଲେ ଗର୍ଲଫ୍ରେଣ୍ଡ୍‌ ନ ଥିଲେ…

ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ ମାକ୍ସଓ୍ବେଲ୍‌ ଗତ ୪ରୁ ୫ ବର୍ଷ ଲଗାତାର କ୍ରିକେଟ ଖେଳିବା ପରେ ମାନସିକ ଏବଂ ଶାରୀରିକ ଭାବେ ଥକି ପଡିଛନ୍ତି। ଏହି କାରଣରୁ ଗତ ଅକ୍ଟୋବର ମାସରୁ କ୍ରିକେଟରୁ କିଛି ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି। ନିକଟରେ ମ୍ୟାକ୍ସଓ୍ବେଲ ଏକ ସାକ୍ଷାତକାରରେ କହିଛନ୍ତି, ଲଗାତାର କ୍ରିକେଟ ଖେଳିବା ଯୋଗୁ ମୁଁ ଶାରୀରିକ ଏବଂ ମାନସିକ ସ୍ତରରେ ଭାଙ୍ଗିପଡିଥିଲି। ଏହି କାରଣରୁ କ୍ରିକେଟରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଥିଲି। ଏଭଳି ସମୟରେ ମୋତେ ସବୁଠୁ ବଡ ସାହାରା ଥିଲେ ଗର୍ଲଫ୍ରେଣ୍ଡ ଭିନି ରମନ। ସେ ସବୁବେଳେ ମୋ ସହ ଥିଲେ। ଆଉ ମୋତେ ବୁଝାଉଥିଲେ। ଯଦି ସେ ନ ଥାନ୍ତେ ମୋର କ’ଣ ଯେ ହୋଇଥାନ୍ତା ତାହା କଳ୍ପନା କରିପାରୁ ନାହିଁ। ସେ ମୋ ଭିତରେ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ ବୋଲି ମାକ୍ସଓ୍ବେଲ କହିଛନ୍ତି। ସୂଚନାଯୋଗ୍ୟ, ଗ୍ଲେନ ମ୍ୟାକ୍ସଓ୍ବେଲ ଭାରତୀୟ ଯୁବତୀ ଭିନି ରମନଙ୍କ ପ୍ରେମରେ ପଡିଛନ୍ତି। ଉଭୟ ଅନେକ ଦିନ ହେବ ସମ୍ପର୍କରେ ଅଛନ୍ତି। ଉଭୟ ନିଜ ନିଜ ସୋସିଆଲ ମିଡିଆରେ ଏକାଠି ଫଟୋ ଛାଡିଥାନ୍ତି। ଖୁବ୍‌ଶୀଘ୍ର ଉଭୟ ବିବାହ କରିବେ ବୋଲି ଜଣାପଡିଛି।

Share