Categories: ଜାତୀୟ

ସମ୍ବର ନେଲା ୬ବର୍ଷ ଛାତ୍ରର ଜୀବନ

ହାଇଦ୍ରାବାଦ୍‌,୧୫।୧୧: ଆନ୍ଧ୍ର ପ୍ରଦେଶ କୁରନୁଲର ଏକ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଗରମ ସନ୍‌ମ୍ବରରେ ପଡି ଜଣେ ୬ ବର୍ଷ ଛାତ୍ରର ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଡି ପୁରୁଷୋତ୍ତମ ରେଡ୍ଡି। ଶିଶୁଙ୍କ ପରିବାର ପକ୍ଷରୁ ସ୍କୁଲ ନାଁରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ, ବିଜୟନିକେତନ ସ୍କୁଲର ୟୁକେଜିରେ ପଢୁଥିବା ପୁରୁଷୋତ୍ତମ ମଧ୍ୟାହ୍ନ ଭୋଜନ ସମୟରେ ସମ୍ବର ଆଣିବା ପାଇଁ ଲାଇନରେ ଛିଡା ହୋଇଥିବାବେଳେ ଭିଡ ଯୋଗୁ ଗରମ ସମ୍ବର ହଣ୍ଡାରେ ପଡିଯାଇଥିଲେ। ତୁରନ୍ତ ସେଥିରୁ ବାହାର କରାଯାଇ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍କୁଲ ଅଧିକାରୀଙ୍କ ଅସାବଧାନତାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Share