ସମ୍ବର ସହ ଶାମ୍ଭାଜୀ ମହାରାଜାଙ୍କ ସମ୍ପର୍କ

ସମ୍ବର, ଦକ୍ଷିଣ ଭାରତର ବହୁ ଲୋକପ୍ରିୟ ଖାଦ୍ୟ। ସେ ଇଡ୍‌ଲି ହେଉକି ଦୋସା ଅବା ବରା କି ସାଦା ଭାତ ସବୁର ସ୍ବାଦ ବଢ଼ିଯାଏ ସମ୍ବର ସହ ଖାଇଲେ। ତେବେ ଜାଣନ୍ତି କି ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଖାଦ୍ୟର ଉତ୍ପତ୍ତି କିନ୍ତୁ ଦକ୍ଷିଣ ଭାରତରେ ହୋଇ ନ ଥିଲା ବୋଲି କୁହାଯାଏ । ଆଉ ସବୁଠୁ ବଡ଼ କଥା ହେଉଛି ଏହି ଖାଦ୍ୟର ସମ୍ପର୍କ ଛତ୍ରପତି ଶାମ୍ଭାଜୀ ମହାରାଜଙ୍କ ସହ ରହିଛି। ତେବେ କେମିତି ଜାଣନ୍ତୁ ସେ ସମ୍ପର୍କରେ…

ସମ୍ବର ପ୍ରଥମେ କେଉଁଠି ପ୍ରସ୍ତୁତ ହୋଇଥିଲା ତା’ର ଇତିହାସ ସ୍ପଷ୍ଟ ନୁହେଁ। ହେଲେ କିଛି ତଥ୍ୟ କହେ ଦକ୍ଷିଣ ଭାରତର ଏହି ଲୋକପ୍ରିୟ ଖାଦ୍ୟର ଉତ୍ପତ୍ତି ଦକ୍ଷିଣ ଭାରତରେ ନୁହେଁ। ବରଂ ସମ୍ବର ସର୍ବପ୍ରଥମେ ତିଆରି ହୋଇଥିଲା ଥାଞ୍ଜାଭୁର, ମରାଠା ସାମ୍ରାଜ୍ୟ ସମୟରେ। ଆଉ ଥାଞ୍ଜାଭୁରର ଶାସକ ସାହୁଜୀ ପ୍ରଥମଙ୍କ ରାଜକୀୟ ରୋଷେଇଶାଳରେ ହୋଇଥିଲା।
କାହାଣୀ ଏହିପରି ଯେ, ଛତ୍ରପତି ଶାମ୍ଭାଜୀ ମହାରାଜ ଯେକି ଛତ୍ରପତି ଶିବାଜୀଙ୍କ ଜ୍ୟେଷ୍ଠପୁତ୍ର ଥରେ ଥାଞ୍ଜାଭୁର ଯାଇଥାନ୍ତି। ତାଙ୍କୁ ଏକ ଭିନ୍ନ ଓ ସ୍ବାଦିଷ୍ଠ ବ୍ୟଞ୍ଜନ ପରଷିବା ଲାଗି ରାଜ ରୋଷେୟା ଅବା ସାହୁଜୀ ୧ମ ନିଜେ ଏହି ନୂଆ ଡିଶ୍‌କୁ କରିଥାଇପାରନ୍ତି ବୋଲି କୁହାଯାଏ। ଏମିତି ବି କୁହାଯାଏ ସାହୁଜୀ ପ୍ରଥମ ନିଜେ ଜଣେ ଭଲ ରୋଷେୟା ଥିଲେ। ସେଦିନ ସେ ଆମ୍‌ତି ଡାଲ୍‌ ତିଆରି କରୁଥିଲେ, ଯାହାକୁ ସେ କୋକମରେ ପ୍ରସ୍ତୁତ କରନ୍ତି। ହେଲେ ସେଦିନ ସେ କୋକମ ପାଇ ନ ଥିଲେ, ତେନ୍ତୁଳି ପାଇଲେ। ତେଣୁ ସେ ସେହି ତେନ୍ତୁଳିରେ ହିଁ ଆମ୍‌ତି ଡାଲ ପ୍ରସ୍ତୁତ କଲେ। ସେଥିରେ ପୁଣି କିଛି ପନିପରିବା ବି ପକାଇଲେ। ଆଉ ପ୍ରସ୍ତୁତ ହେଇଗଲା ପରେ ସେହି ନୂଆ ବ୍ୟଞ୍ଜନକୁ ସେ ଶାମ୍ଭାଜୀ ମହାରାଜଙ୍କୁ ପରଷିଥିଲେ। ଶାମ୍ଭାଜୀଙ୍କୁ ସେହି ବ୍ୟଞ୍ଜନଟି ବହୁତ ଭଲ ଲାଗିଥିଲା। ତେଣୁ ସାହୁଜୀ ପ୍ରଥମ ଏହି ନୂଆ ଖାଦ୍ୟର ନାମ ଶାମ୍ଭାଜୀଙ୍କ ନାମାନୁସାରେ ‘ସମ୍ବର’ ରଖିଥିଲେ ବୋଲି କୁହାଯାଏ।
ଆଉ କେହି କେହି କୁହନ୍ତି, ଶାମ୍ଭାଜୀଙ୍କ ମୁଖ୍ୟ ରୋଷେୟା ଦିନକ ପାଇଁ ଛୁଟିରେ ଥିବାରୁ ଶାମ୍ଭାଜୀ ନିଜେ ହିଁ ମୁଗ ଡାଲି ବଦଳରେ ହରଡ ଡାଲି ଓ କୋକମ ସ୍ଥାନରେ ତେନ୍ତୁଳି ଓ କିଛି ପରିବା ପକାଇ ଏହି ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ। ଯାହାକୁ ଖାଇବା ପରେ ସମସ୍ତେ ବହୁତ ପସନ୍ଦ କରିଥିଲେ। ତେଣୁ ଏହି ବ୍ୟଞ୍ଜନର ନାମ ତାଙ୍କ ନାମାନୁସାରେ କରାଯାଇଥିଲା।
ସୌରିଶ ଭଟ୍ଟାଚାର୍ଯ୍ୟ ‘ଦ ବ୍ଲୁମ୍‌ସବରି ହ୍ୟାଣ୍ଡବୁକ୍‌ ଅଫ୍‌ ଇଣ୍ଡିଆନ କୁଜିନ’ ପୁସ୍ତକରେ ଲେଖିଛନ୍ତି ଯେ, ସାହୁଜୀ ପ୍ରଥମଙ୍କ ପିତା ଇକୋଜୀ ପ୍ରଥମ ଓ ଛତ୍ରପତି ଶିବାଜୀ ମହାରାଜ ଦୁହେଁ ସାବତ ଭାଇ ଥିଲେ। ତେଣୁ ଦୁଇ ପରିବାର ଭିତରେ ସମ୍ପର୍କ ସେତେଟା ଭଲ ନ ଥିଲା। ଏହି ସମ୍ପର୍କ ସୁଧାରିବା ତଥା ଦୁଇ ପରିବାର ଭିତରେ ସୁସମ୍ପର୍କ ଫେରାଇଆଣିବା ଲାଗି ସାହୁଜୀ ପ୍ରଥମ ଏହି ନୂଆ ସୁସ୍ବାଦୁ ବ୍ୟଞ୍ଜନର ନାମ ଶାମ୍ଭାଜୀଙ୍କ ନାମାନୁସାରେ କରିଥାଇ ପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ମହିଳାଙ୍କ କାହିଁକି ଅଧିକ କେଶ ଝଡ଼େ? ଜାଣନ୍ତୁ ପ୍ରତିକାର

ପୁରୁଷ ହେଉ କି ମହିଳା, କେଶ ଝଡ଼ିବା ଏକ ସାଧାରଣ ସମସ୍ୟା। ତଥାପି ୪୦ ବର୍ଷ ବୟସ ପରେ ମହିଳାମାନଙ୍କର କେଶ ଝଡ଼ିବାର ସମ୍ଭାବନା ଅଧିକ...

ଧନୁ ସଂକ୍ରାନ୍ତିରେ ଖୋଲିବ ଏହି ରାଶିର ଭାଗ୍ୟ, ମିଳିବ ଖୁସି ଖବର

ଆଜିଠାରୁ ଧନୁ ରାଶିର ସମୟ ଆରମ୍ଭ ହେଉଛି, ଯାହା ପରିବେଶକୁ ପୂର୍ବ ଅପେକ୍ଷା ଅଧିକ ସକାରାତ୍ମକ ଏବଂ ଭବିଷ୍ୟତମୁଖୀ କରିବ। ଲୋକମାନେ ବଡ଼ ଲକ୍ଷ୍ୟ ରଖିବେ...

ରାତି ପାହୁପାହୁ ବଦଳିବ ଏସବୁ ରାଶିଙ୍କ ଭାଗ୍ୟ, ବସିଥିବେ ହଠାତ୍‌ ପହଞ୍ଚିବ ଟଙ୍କା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ...

ମହିଳାଙ୍କଠାରେ ଏହି ୭ ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୃଦଘାତ…

ନୂଆଦିଲ୍ଲୀ,୧୫।୧୨: ହୃଦଘାତର ସବୁଠାରୁ ସାଧାରଣ ଲକ୍ଷଣ ହେଉଛି ଛାତିରେ ଯନ୍ତ୍ରଣା। କିନ୍ତୁ ଅନେକ କ୍ଷେତ୍ରରେ, ହୃଦଘାତର ଲକ୍ଷଣ ସମ୍ପୂର୍ଣ୍ଣ ଭିନ୍ନ ହୋଇପାରେ, ବିଶେଷକରି ମହିଳାଙ୍କ କ୍ଷେତ୍ରରେ।...

ମୃତ୍ତିକା ପ୍ରଦୂଷଣ ବଢ଼ାଉଛି ପ୍ଲାଷ୍ଟିକ୍‌

ପ୍ଲାଷ୍ଟିକ୍‌ ପ୍ରଦୂଷଣ ମଧ୍ୟ ସ୍ଥଳଭାଗରେ ନିଜର କାୟା ବିସ୍ତାର କରି ଚାଲିଛି। ପ୍ଲାଷ୍ଟିକ୍‌ ଆବର୍ଜନାକୁ ଖାଦ୍ୟ ବୋଲି ମନେକରି କିଛି ଜୀବ ଭକ୍ଷଣ କରିଥାନ୍ତି। ଏହା...

ଶରୀର ପାଇଁ ଉପକାରୀ ଗାଜର, ହାର୍ଟକୁ ସୁସ୍ଥ ରଖିବା ସହ…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ଏଥିରେ ଭିଟାମିନ, ଫାଇବର୍‌ ଓ ଆଣ୍ଟି ଅକ୍ସିଡାଣ୍ଟ ଉପାଦାନ ଭରି ହୋଇରହିଛି। ଏଥିରେ ଏଭଳି ଉପକାରୀ ତତ୍ତ୍ୱ...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ, ହୋଇଯାନ୍ତୁ ସାବଧାନ: ନ ହେଲେ ହେବ ଏସବୁ ରୋଗ

ବିଭିନ୍ନ କାର୍ଯ୍ୟବ୍ୟସ୍ତତା ସହ ପରିବାର ସଦସ୍ୟ ଓ ପିଲାଙ୍କ ଖାଇବା ପରେ ଅଧିକାଂଶ ମହିଳା ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ନିଜ ଖାଦ୍ୟ ପ୍ରତି ଅବହେଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri