Categories: ଜାତୀୟ

ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୨।୧୧: ରାଜସ୍ଥାନରେ ଥିବା ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥିରେ କେତେକ ବିଦେଶୀ ପକ୍ଷୀ ମଧ୍ୟ ରହିଥିବା କୁହାଯାଉଛି। ହ୍ରଦର ଜଳ ଦୂଷିତ ହେବା ଅବା କୌଣସି ଭୁତାଣୁ ଜନିତ ରୋଗରୁ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ସହକାରୀ ବନ୍ୟ ସଂରକ୍ଷକ ସଞ୍ଜୟ କୌଶିକ୍‌ ସୂଚନା ଦେଇଛନ୍ତି। ଏତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁ ନେଇ ବନ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି।

Share