ସମ୍ବଲପୁରକୁ ଛୁଇଁଲା କରୋନା

ଭୁବନେଶ୍ୱର,୧୭।୫(ବ୍ୟୁରୋ): ରବିବାର ଚିହ୍ନଟ ହୋଇଥିବା ୯୧ ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ସମ୍ବଲପୁରର ଜଣେ ରହିଛନ୍ତି। ଫଳରେ ପ୍ରଥମ ଥର ଲାଗି ଜିଲାକୁ କରୋନା ଛୁଇଁଛି। ପୂର୍ବରୁ ରାଜ୍ୟର ୨୧ଟି ଜିଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ଏବେ ମୋଟ ସଂକ୍ରମିତ ଜିଲା ସଂଖ୍ୟା ୨୨ରେ ପହଞ୍ଚିଛି।

ପ୍ରକାଶ ଯେ, ରାଜ୍ୟର ମୋଟ ପଜିଟିଭ୍‌ ସଂଖ୍ୟା ୮୨୮ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକର ୨୮, ବାଲେଶ୍ୱରର ୧୭, ଗଞ୍ଜାମର ୧୫, କଟକର ୧୨, ପୁରୀର ୭, କେନ୍ଦୁଝରର ୪, ଖୋର୍ଦ୍ଧାର ୩, ବଲାଙ୍ଗୀରର ୨, କେନ୍ଦ୍ରାପଡ଼ାର ୧, ସୁନ୍ଦରଗଡ଼ର ଜଣେ ରହିଛନ୍ତି। ସେହିଭଳି କରୋନା ମୃତ୍ୟୁ ସଂଖ୍ୟା ୫ କୁ ବୃଦ୍ଧି ପାଇଛି।

Share