ଦେବଗଡ଼,୨୬।୯(ଡି.ଏନ୍.ଏ.) : ଦେବଗଡ଼ ଜିଲା ଓକିଲ ସଂଘ ପକ୍ଷରୁ ପଞ୍ଚିମ ଓଡ଼ିଶା ସମ୍ବଲପୁରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଗୁରୁବାର ସମସ୍ତ ସରକାରୀ, ବେସରକାରୀ, କୋର୍ଟ କଚେରୀ, ବ୍ୟାଙ୍କ ପିକେଟିଂ କରି ବନ୍ଦ କରାଯାଇଛି। ଏହି ବନ୍ଦରେ ଶିକ୍ଷାନୁଷ୍ଠାନ,ସ୍ବାସ୍ଥ୍ୟ, ଗମନାଗମନ,ବ୍ୟବସାୟ ପ୍ରତିଷ୍ଠାନକୁ ବାଦ୍ ଦିଆଯାଇଛି। ସଂଘର ସହାଭାପତି ରାଜୀବଲୋଚନ ପ୍ରଧାନଙ୍କ ନେତୃତ୍ୱରେ ସକାଳ ୧୦ଟାରୁ ଏହି ବନ୍ଦ ପାଳନ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ତରଣୀକାନ୍ତ ଦାଶ, ଉପସଭାପତି ବିକାଶ ପ୍ରଧାନ, ସହ ସମ୍ପାଦକ ଟିକେଶ୍ୱର୍ ଧଳ, କୋଷାଧ୍ୟକ୍ଷ ରାଜକିଶୋର ପ୍ରଧାନ, ମନୋଜ ପାଢ଼ୀ, ଦିଲୀପ ଗୁରୁ, ସଞ୍ଜୀବ ପ୍ରଧାନ, କ୍ଷେତ୍ରବାସୀ ମେହେର, ସଚ୍ଚିକାନ୍ତ ଦାଶ, ଶ୍ରୀବସ୍ୟ ମିଶ୍ରଙ୍କ ସମେତ ଅନ୍ୟ ଓକିଲମାନେ ସାମିଲ ଅଛନ୍ତି। ଆସନ୍ତା୨୭ ଓ ୩୦ ତାରିଖରେ ମଧ୍ୟ ବନ୍ଦ ପାଳନ କରାଯିବ ।
Posted inଆମ ଜିଲା ଖବର, ଦେବଗଡ଼