ସମ୍ବଲପୁର ଜିଲାପାଳଙ୍କଠାରେ ଫେରାଦ ହେଲେ ପରୀକ୍ଷାରୁ ବାଦ୍‌ ପଡ଼ିଥିବା ଛାତ୍ରୀଛାତ୍ର

ସମ୍ବଲପୁର,୫।୩(ବ୍ୟୁରୋ):ସମ୍ବଲପୁର ଜିଲା ଧନୁପାଲି ଥାନା ଏକ ଅଣସ୍ବୀକୃତି ପ୍ରାପ୍ତ ଘରୋଇ କଲେଜର ଛାତ୍ରୀଛାତ୍ର ଯୁକ୍ତ ୨ କଳା ପରୀକ୍ଷା ଦେବାରୁ ବାଦ୍‌ ପଡ଼ିଥିଲେ। ଗୁରୁବାର ଛାତ୍ରୀଛାତ୍ରମାନେ ଏ ନେଇ ଜିଲା ପ୍ରଶାସନଙ୍କ ନିକଟରେ ଫେରାଦ ହୋଇଛନ୍ତି। ଜିଲାପାଳ ଶୁଭମ୍‌ ସକ୍ସେନାଙ୍କ ଆବାସିକ କାର୍ଯ୍ୟାଳୟରେ ଭେଟି ସେମାନେ ଆଲୋଚନା କରିଛନ୍ତି। କଲେଜ କର୍ତ୍ତୃପକ୍ଷ କିଭଳି ଭାବେ ଠକେଇ କରି ସେମାନଙ୍କ ଭବିଷ୍ୟତ ସହ ଖେଳିଛନ୍ତି ସେ ନେଇ ଏକ ଦାବିପତ୍ର ପ୍ରଦାନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ବୁଧବାର ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବାରୁ ବାଦ୍‌ ପଡ଼ିବା ପରେ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏ ନେଇ ଦୁଇଜଣିଆ ପୋଲିସ ଟିମ୍‌ କଲେଜ ଅଧ୍ୟକ୍ଷ ତୁଷାର ରଞ୍ଜନ ବାରିକଙ୍କୁ ଗିରଫ କରିବାକୁ ଭୁବନେଶ୍ୱର ଯାଇଛନ୍ତି।

Share